
ଲଣ୍ଡନ୍: ବିଶ୍ୱକପ୍ ପୂର୍ବରୁ ଆହତ ସମସ୍ୟା ଇଂଲଣ୍ଡର ପିଛା ଛାଡ଼ୁନାହିଁ। ଆଜି ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍ରେ ଇଂଲଣ୍ଡର ଆହତ ସମସ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳର ଆସିଷ୍ଟାଣ୍ଟ କୋଚ୍ ପଲ୍ କଲିଞ୍ଜଉଡ୍ ବାଧ୍ୟ ହୋଇ କିଛି ସମୟ ପାଇଁ ଫିଲ୍ଡିଂ କରିବାକୁ ପଡ଼ିଆକୁ ଆସିଥିଲେ। ଆଜି ଅଭ୍ୟାସ୍ ମ୍ୟାଚ୍ରେ ପ୍ରଥମେ ବୋଲର ମାର୍କ ଉଡ୍ ଆହତ ହୋଇଥିଲେ।
ତାଙ୍କ ବଦଳରେ ବିଶ୍ରାମ ପାଇଥିବା ଜୋଫ୍ରା ଆର୍ଚର ପଡ଼ିଆକୁ ଆସିଥିଲେ। କିନ୍ତୁ ସେ ମଧ୍ୟ ଆହତ ହୋଇଯାଇଥିଲେ। ଫଳରେ ବାଧ୍ୟ ହୋଇ କଲିଞ୍ଜଉଡ୍ ମାର୍କ ଉଡ୍ଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ। ସେ କିଛି ସମୟ ଫିଲ୍ଡିଂ କରିବା ପରେ ଟେଷ୍ଟ ଟିମ୍ ଅଧିନାୟକ ଜୋ ରୁଟ୍ ଫିଲ୍ଡିଂ କରିବାକୁ ଆସିଥିଲେ।
ରୁଟ୍ଙ୍କ ଜେଜେମା’ଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ହେଲେ ଖେଳାଳିଙ୍କ ଅଭାବ ପଡ଼ିବାରୁ ସେ ପଡ଼ିଆକୁ ଆସିଥିଲେ। ଏହାପୂର୍ବରୁ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଦଳର ଅଧିନାୟକ ଇଆନ ମୋର୍ଗାନ ଓ ସ୍ପିନର ଆଦିଲ ରସିଦ୍ ଆହତ ହୋଇ ଅଭ୍ୟାସ୍ ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ।
from Odisha Reporter http://bit.ly/2wkB5xO
No comments:
Post a Comment