ଫୋନି ପାଇଁ ୧୦ ଲକ୍ଷ ଲୋକ ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଫୋନି ପାଇଁ ୧୦ ଲକ୍ଷ ଲୋକ ସ୍ଥାନାନ୍ତର

paradeep

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଆଉ ପ୍ରାୟ ଦେଢ଼ ଘଣ୍ଟା ପରେ ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ପୁରୀରେ ୧.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଫୋନି ପାଇଁ ଭୁବନେଶ୍ୱରର ବିଭିନ୍ନ ଆଶ୍ରୟସ୍ଥଳୀରେ ୭୦ ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ୧୩୫ଟି ଅସ୍ଥାୟୀ କେନ୍ଦ୍ର ଓ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ରଖାଯାଇଛି।

ଫୋନି ପ୍ରଭାବରେ ଗତକାଲିଠାରୁ ପୁରୀ, ଗଞ୍ଜାମ, ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଗୋପାଳପୁରରେ ସର୍ବାଧିକ ୧୪୯ ମିମି ବର୍ଷା ହୋଇଥିବା ବେଳେ ଘଣ୍ଟା ପ୍ରତି ୧୦୫ କିମି ବେଗରେ ପବନ ବହୁଛି। ପୁରୀରେ ୯୫ ମିମି ବର୍ଷା ହୋଇଛି। ଏଠାରେ ଘଣ୍ଟାପ୍ରତି ୭୦ କିମି ବେଗରେ ପବନ ବହୁଛି।



from Odisha Reporter http://bit.ly/2IWAXwy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages