‘ଫୋନି’ ଯୋଗୁ ପ୍ରଭାବିତ ହୋଇନି ଶ୍ରୀମନ୍ଦିରର ରୀତିନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‘ଫୋନି’ ଯୋଗୁ ପ୍ରଭାବିତ ହୋଇନି ଶ୍ରୀମନ୍ଦିରର ରୀତିନୀତି

temple

ପୁରୀ(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଆଉ କିଛି ସମୟ ପରେ ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ। ତା’ରି ପ୍ରଭାବରେ ଏଠାରେ ଗତକାଲିଠାରୁ ବର୍ଷା ଓ ପବନ ହେଉଛି। ଧୀରେ ଧୀରେ ବର୍ଷାର ପରିମାଣ ଓ ପବନର ବେଗ ବଢ଼ୁଛି। ତେବେ ଏଥିଯୋଗୁଁ ପୁରୀ ଶ୍ରୀମନ୍ଦିରର ରୀତିନୀତିରେ କୌଣସି ପ୍ରଭାବ ପଡ଼ିନାହିଁ। ଆଜି ଭୋର୍‌ ୪ଟା ୪୫ ମିନିଟ୍‌ରେ ପ୍ରଥମ ଦୈନନ୍ଦିନ ରୀତିନୀତି ଅନୁସାରେ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇଥିଲା। ଦାୟିତ୍ୱରେ ଥିବା ସେବାୟତ ସିଂହଦ୍ୱାରର ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ପୁରୀରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।



from Odisha Reporter http://bit.ly/2vBUCcO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages