
ଯାଜପୁର(ଅଭୟ ପତି): ଯାଜପୁର ରୋଡ୍ ବନବିଭାଗ ରେଞ୍ଜ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରଗଡ଼ି ସବଜେଲ ନିକଟରେ ଟ୍ରକ୍ ଧକ୍କାରେ ଦୁଇ ଭାଲୁଙ୍କ ମୃତ୍ୟୁ ଘଟିଛି। ମାଆ ଭାଲୁର ବୟସ ୮ବର୍ଷ ହୋଇଥିବାବେଳେ ଛୁଆ ଭାଲୁର ବୟସ ୬ମାସ ହେବ।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଜବତ କରିଛନ୍ତି। ଏଥିସହ ବ୍ୟବଛେଦ ପାଇଁ ପଠାଇଛନ୍ତି। ଭାଲୁ ଦୁଇଟି ଖାଦ୍ୟ ସନ୍ଧାନରେ ନିକଟସ୍ଥ ପଛିକୋଟ ଜଙ୍ଗଲରୁ କୋରାବନ୍ଦୀ ସଂରକ୍ଷିତ ଜଙ୍ଗଲକୁ ଚାଲିଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ସେହି ସ୍ଥାନରେ ଦୁର୍ଘଟଣାରେ ଏକ ଭାଲୁର ମୃତ୍ୟୁ ଘଟିଥିଲା।
ତେଣୁ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏଠାରେ ଏକ ଅଣ୍ଡରପାସ କରିବା ନିମନ୍ତେ ବାରମ୍ବାର ଲିଖିତ ଭାବେ କୁହାଯାଇଥିଲା। ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଆଜିର ଏହି ଘଟଣାରେ ବନବିଭାଗ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର କହିଛନ୍ତି।
from Odisha Reporter http://bit.ly/2VOKn4e
No comments:
Post a Comment