ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଫୋଟକୁ ଡିଲିଟ୍ କରି କ୍ଷମା ମାଗିଲେ ବିବେକ ଓବରୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଫୋଟକୁ ଡିଲିଟ୍ କରି କ୍ଷମା ମାଗିଲେ ବିବେକ ଓବରୟ

ମୁମ୍ବାଇ: ସମାଲୋଚନା, ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି। ଯଦି ଭାଇରାଲ ହୋଇଥିବା ଫୋଟଟି କାହାକୁ କ୍ଷତି ପହଞ୍ଚାଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ବଲିଉଡ ଅଭିନେତା ବିବେକ ଓବରୟ କହିଛନ୍ତି।

ମହିଳାଙ୍କୁ ସେ ସମ୍ମାନ ଦିଅନ୍ତି, ସେଥିପାଇଁ ସେ ବିଗତ ୧୦ ବର୍ଷ ହେବା ୨ହଜାରରୁ ଅଧିକ ଝିଅଙ୍କୁ ସଶକ୍ତିକରଣ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରୁଥିବା ଟ୍ୱିଟ୍ କରି କହିଛନ୍ତି ବିବେକ ଓବରୟ।

ଗତକାଲି ଐଶଙ୍କ ସହିତ ସଲମାନ ଖାନଙ୍କର ଏକ ଫଟୋରେ ଓପିନିଅନ୍‌ ପୋଲ୍‌, ନିଜ ସହ ଫଟୋରେ ଏକଜିଟ୍‌ ପୋଲ୍‌ ଏବଂ ଶେଷରେ ଅଭିଷେକ ଓ ଆରାଧ୍ୟାଙ୍କ ସହ ଫଟୋରେ ଲେଖା ରେଜଲ୍ଟ ଲେଖାଥିବା ଫଟୋ ସେୟାର କରିଥିଲେ ବିବେକ ଓବରୟ।

ଏହାପରେ ଜାତୀୟ ମହିଳା କମିଶନ୍‌ ତାଙ୍କୁ ନୋଟିସ୍‌ ପଠାଇ ଟ୍ୱିଟର ଉତ୍ତର ରଖିବାକୁ କହିଥିଲେ। ଅନେକ ବଲିଉଡ କଳାକାର ମଧ୍ୟ ବିବେକଙ୍କ ଏପରି ପୋଷ୍ଟକୁ ନେଇ ସମାଲୋଚନା କରିଥିଲେ।



from Odisha Reporter http://bit.ly/2WXVyEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages