ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

rahul

ନୂଆଦିଲ୍ଲୀ: ଆଦିବାସୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟପ୍ରଦେଶର ଶାହଡୋଲରେ ଏକ ରାଲି କରିଥିଲେ। ସେଠାରେ ଉଦବୋଧନ ଦେଉଥିବା ବେଳେ ସେ କହିଥିଲେ ଆଦିବାସୀଙ୍କ ପାଇଁ ମୋଦି ସରକାର ନୂଆ ନିୟମ ଆଣିଛନ୍ତି। ଏହାଦ୍ୱାରା ଆଦିବାସୀଙ୍କୁ ଗୁଳି ମାରିହେବ ବୋଲି ରାହୁଲ କହିଥିଲେ। ଯାହାକି ଜନପ୍ରତିନିଧି ଆକ୍ଟ ଭାଗ (୧)ର ଅନୁଛେଦ (୨) ଆଧାରରେ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ଇସି ରାହୁଲଙ୍କୁ ପଠାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି।

ଯଦି ରାହୁଲ ଗାନ୍ଧି ଏହାର ଜବାବ ନ ଦିଅନ୍ତି ତାହେଲେ ନିର୍ବାଚନ କମିଶନ ତାଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ। ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧି ଏହି ବୟାନ ଦେବାପରେ ବିଜେପି ନେତା ଓମ ପାଠକ ଏବଂ ନିରଜ ମଧ୍ୟପ୍ରଦେଶ ନିର୍ବାଚନ କମିଶନରଙ୍କ ପାଖରେ ଏ ନେଇ ଅଭିଯୋଗ କରିଥିଲେ।



from Odisha Reporter http://bit.ly/2ZOvNbj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages