ଏବିସି ଚିଟଫଣ୍ଡ୍ ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଏବିସି ଚିଟଫଣ୍ଡ୍ ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ଅଭିଯୋଗରେ ଏବିସି ଇଣ୍ଡିଆ ନେଟଓ୍ୱର୍କ୍ସ ପ୍ରାଇଭେଟ ଲିମିଟେଡ ଓ ତାର ଦୁଇ ପୂର୍ବତନ ନିର୍ଦ୍ଦେଶକ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ବୁଧବାର ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଏବିସି ଇଣ୍ଡିଆ ଓ ତାର ଦୁଇ ପୂର୍ବତନ ନିର୍ଦ୍ଦେଶକ ଦିଲ୍ଲୀର ଇନ୍ଦ୍ରପ୍ରିତ ସିଂହ ଏବଂ ପୂର୍ବତନ ନିର୍ଦ୍ଦେଶକ ଅମନପ୍ରିତ ସିଂହଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି।

୨୦୦୬-୦୭ରୁ ଆରମ୍ଭ କରି ୨୦୦୯-୧୦ ମଧ୍ୟରେ ଏମାନେ ବେଆଇନ ଭାବରେ ଲୋକଙ୍କ ପାଖରୁ ୪୭.୮୮ କୋଟି ଟଙ୍କା ସଂଗ୍ରହ କରିଥିଲେ। ଯେଉଁଥିରେ ଓଡ଼ିଶାର ୪୬ ନିବେଶକଙ୍କ ପାଖରୁ ୪୨ କୋଟି ୩୦ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ସୁପ୍ରିମକୋର୍ଟ ୨୦୧୪ ମେ ମାସରେ ଚିଟଫଣ୍ଡ ଘୋଟାଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜୁନ ୨୦୧୪ରେ ସିବିଆଇ ଏବିସି ଇଣ୍ଡିଆ କମ୍ପାନୀ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା।



from Odisha Reporter http://bit.ly/2UT8n0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages