ମେଟ ଗାଲା-୨୦୧୯ରେ ପ୍ରିୟଙ୍କା ହେଲେ ଟ୍ରଲ୍‌ , କ’ଣ ପାଇଁ ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ମେଟ ଗାଲା-୨୦୧୯ରେ ପ୍ରିୟଙ୍କା ହେଲେ ଟ୍ରଲ୍‌ , କ’ଣ ପାଇଁ ଜାଣିଛନ୍ତି ?

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ମେଟ ଗାଲା ୨୦୧୯ରେ ଜମିଥିଲା ଷ୍ଟାରଙ୍କ ଗହଳି। ବଲିଉଡ଼  ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ  ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ।

ପ୍ରିୟଙ୍କା ଲଗଜରୀ ବ୍ରାଣ୍ଡ ଡିୟୋରର ସିଲିଭର କଲରର ନ୍ୟୁଡ୍‌ ଗାଉନ ପିନ୍ଧିଥିଲେ। ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ହେୟାର ଷ୍ଟାଇଲ ଯୋଗୁ ଖୁବ ଟ୍ରଲ୍‌ ହେଲେ ପ୍ରିୟଙ୍କା ।

ଏହି ଇଭେଣ୍ଟରେ ବଲିଉଡ଼ରୁ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ନଜର ଆସିଥିଲେ।  ଫିଲ୍ମି ବ୍ୟାକ୍‌ଗ୍ରାଉଣ୍ଡରୁ ନ ହୋଇ ମଧ୍ୟ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ମଧ୍ୟ ଏଠାରେ ନଜର ଆସିଥିଲେ।  ପିଙ୍କ କଲର ଗାଉନରେ ସେ ରାଜକୁମାରୀଠୁ କିଛି କମ୍‌ ନଜର ଆସୁନଥିଲେ।

ହେଲେ ଯେତେବେଳେ ପ୍ରିୟଙ୍କାଙ୍କ ଲୁକ୍ସ ସୋଶାଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଲା, ସେତେବେଳେ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ଆସିବା ଆରମ୍ଭ ହୋଇଗଲା। ପ୍ରିୟଙ୍କାଙ୍କ ଫିଦର ଷ୍ଟାଇଲ ହେୟାର ମେକଅପ୍‌ରେ ବହୁତ ଗୁଡ଼ିଏ ବବଲ୍‌ର ବ୍ୟବହାର କରାଯାଇଥିଲା। ଯାହକି ତାଙ୍କୁ ୟୁନିକ୍‌ ଲୁକ୍‌ ଦେଉଥିଲା।  କିଏ ଏହାକୁ ବିରପନ୍ନଙ୍କ ନିଶ ବୋଲି କହିଲା, ତ କିଏ ଆଉ କିଛି।

ଏହି ଇଭେଣ୍ଟରେ ପ୍ରିୟଙ୍କାଙ୍କ ସମେତ ନିକ ଜୋନ୍ସ, ଦୀପିକା ପାଦୁକୋନ, କେଟି ପେରୀ, କିମ କାର୍ଦଶିଅନ ଓ ଲେଡ଼ି ଗାଗାଙ୍କ ପରି ବହୁ ସେଲିବ୍ରିଟି  ଯୋଗ ଦେଇ ପିଙ୍କ କାର୍ପେଟରେ ଚାଲିଥିଲେ।  ୨୦୧୭ ମେଟା ଗାଲା ଇଭେଣ୍ଟରେ ହିଁ ପ୍ରିୟଙ୍କା ଓ ନିକ୍‌ ପ୍ରଥମ ଥର ଲାଗି ମିଡ଼ିଆ ସମ୍ମୁଖକୁ ଏକାଠି ଆସିଥିଲେ।

ଫିଦରି ସିଲଭର ଷ୍ଟାଇଲ ଗାଉନ ସାଙ୍ଗକୁ ସିଲଭର କଲରର ଆଇ ସ୍ୟାଡୋ ଓ ଡାର୍କ କଲରର ଲିଫଷ୍ଟିକ୍‌ରେ ପ୍ରିୟଙ୍କା ଖୁବ୍‌ ବୋଲ୍ଡ ଲାଗୁଥିଲେ।  ଦୀପିକା ମଧ୍ୟ ଫିଙ୍କ କଲର ଗାଉନ ପିନ୍ଧିଥିବା ବେଳେ ଡାର୍କ ଲିପ୍‌ଷ୍ଟିକ୍‌ ଓ ମ୍ୟାଚିଂ ଆଇସ୍ୟାଡୋରେ ଖୁବ୍‌ ଆକର୍ଷଣୀୟ ଲାଗୁଥିଲେ।



from Odisha Reporter http://bit.ly/2WzlBRZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages