
ୱାଶିଂଟନ:ଏଚଆଇଭି ପଜେଟିଭ । ଏହି ଶବ୍ଦଟି ଶୁଣିଲେ ମନରେ ଭାସି ଉଠେ ମୃତ୍ୟୁର ଏକ ଅସ୍ପଷ୍ଟ ଛାଇ। ଏଚଆଇଭି ପଜେଟିଭ ଆକ୍ରାନ୍ତ ମଣିଷଟି ଅନ୍ୟକୁ କେବଳ ମୃତ୍ୟୁ ଛଡ଼ା କ’ଣ ବା ଦେଇପାରେ ? ଏମିତି ଧାରଣା ସମସ୍ତଙ୍କ ମନରେ ରହିଛି। ହେଲେ ନା, ଏଚଆଇଭି ଆକ୍ରାନ୍ତ ମଣିଷ ଜୀବନ ବି ଦେଇପାରେ। ଏପରି ଏକ ଅବିଶ୍ୱସନୀୟ ଭାବନାକୁ ସତ ପ୍ରମାଣିତ କରିଛନ୍ତି ୩୫ ବର୍ଷୀୟ ଯୁବତୀ ନୀନା ମାର୍ଟିନେଜ୍।
ଆମେରିକାର ଏଚଆଇଭି ଆକ୍ରାନ୍ତ ଯୁବତୀ ନୀନା। ନୀନାଙ୍କୁ ଯେତେବେଳେ ୬ ବର୍ଷ ବୟସ, ସେତେବେଳେ ଜଣାପଡ଼ିଥିଲା ଯେ, ସେ ଏଚଆଇଭି ଆକ୍ରାନ୍ତ ବୋଲି। ଭୁଲ୍କ୍ରମେ ସଂକ୍ରମିତ ରକ୍ତ ଚଢାଯିବା କାରଣରୁ ସେ ଏବେ ମୃତ୍ୟୁ ମୁହଁରେ। ନିକଟରେ ସେ ତାଙ୍କ କୀଡ୍ନି ଅନ୍ୟ ଜଣେ ଏଚଆଇଭି ଆକ୍ରାନ୍ତଙ୍କୁ ଦାନ କରିଛନ୍ତି। ଯାହା ଫଳରେ ଉକ୍ତ ରୋଗୀଙ୍କର ଆଉ କିଛି ଅଧିକ ଦିନ ବଞ୍ଚିବାର ଆଶା ଏବେ ଉଜ୍ଜୀବିତ ହୋଇ ପାରିଛି।
ଡାକ୍ତରଙ୍କ କହିବା ଅନୁଯାୟୀ, ପୂର୍ବରୁ ମୃତ ଏଚ୍ଆଇଭି ପଜେଟିଭ୍ ଡୋନରଙ୍କ ଅଙ୍ଗ ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଉଥିଲା। ହେଲେ ଜଣେ ଏଚଆଇଭି ଆକ୍ରାନ୍ତ ରୋଗୀଙ୍କ ଅଙ୍ଗ ଅନ୍ୟ ଜଣେ ଏଚଆଇଭି ରୋଗୀ ଶରୀରରେ ପ୍ରତିରୋପଣ କରିବା ପ୍ରକ୍ରିୟା ଚିକିତ୍ସା କ୍ଷେତ୍ରରେ ପ୍ରଥମ ଥର ପାଇଁ ହୋଇଛି। ଏହି ଅଙ୍ଗ ପ୍ରତିରୋପଣ ଆମରିକାର ବାଲ୍ଟିମୋର୍ର ଜାନ୍ ହାପ୍କିଂସ୍ ଡାକ୍ତରଖାନାରେ ସଫଳତାର ସହ ହୋଇପାରିଛି। ଉଭୟ ରୋଗୀ ଏବେ ସୁସ୍ଥ ଅଛନ୍ତି। ଚିକିତ୍ସା କରୁଥିବା ଡାକ୍ତର ପ୍ରଫେସର ନୀରଜ ଦେଶାଇ, ଡାକ୍ତର ଡୋରୀ ସେଗେବ୍ଙ୍କ କହିବା ଅନୁଯାୟୀ ଏହି କିଡ୍ନୀ ଲଗାଇବା ପରେ ସଂପୃକ୍ତ ରୋଗୀ୨୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବ। ଡାକ୍ତର ଡ଼ୋରୀ ଏବଂ ତାଙ୍କ ଟିମ୍ ଏଚଆଇଭି ରୋଗୀଙ୍କ ଅଙ୍ଗ ପ୍ରତିରୋପଣ ଉପରେ ଦୀର୍ଘଦିନ ଧରି ଗବେଷଣା କରିଛନ୍ତି। ଗବେଷଣା ପରେ ସେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, ଯେଉଁ ରୋଗକୁ ଦିନେ ମୃତ୍ୟୁର ବାହକ କୁହାଯାଉଥିଲା ସେହି ରୋଗୀ ଏବେ ମଣିଷକୁ ଏକ ସୁସ୍ଥ ଜୀବନ ଦେଇ ପାରିବ।
ଅଙ୍ଗଦାନ କରିବା ପରେ ନୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ସମାଜ ମୋତେ ଏମିତି ଦୃଷ୍ଟିରେ ଦେଖେ ଯେମିତି ମୋ ପାଖରେ ମୃତ୍ୟୁ ବ୍ୟତୀତ ଆଉ କିଛି ନାହିଁ। ହେଲେ ମୁଁ ଦେଖାଇବାକୁ ଚାହିଁଲି ଯେ ମୁଁ ଜୀବନ ବି ଦେଇପାରେ। ଏହି ଅସ୍ତ୍ରୋପଚାର ପରେ ମୁଁ ବହୁତ ଆନନ୍ଦ ଅନୁଭବ କରୁଛି। ଏପରିକି ଆଗକୁ ହେବାକୁ ଥିବା ୱାଶିଂଟନ ମାରାଥନରେ ଭାଗ ନେବାକୁ ଚାହୁଁଛି।’
from Odisha Reporter http://bit.ly/2DXKVKe
No comments:
Post a Comment