ଦକ୍ଷିଣ ଆଫ୍ରିକା ଆଗରେ ୩୧୨ ରନ୍‌ର ଟାର୍ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଦକ୍ଷିଣ ଆଫ୍ରିକା ଆଗରେ ୩୧୨ ରନ୍‌ର ଟାର୍ଗେଟ୍

ଲଣ୍ଡନ: ବେନ୍ ଷ୍ଟୋକ୍ସଙ୍କ ସମେତ ଚାରି ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ଅଦର୍ଦ୍ଧଶତକ ବଳରେ ଆୟୋଜକ ଇଂଲଣ୍ଡ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ୱିକେଟ୍ ହରାଇ ୩୧୧ ରନ୍ କରିଛି। ଫଳରେ ଉଦଘାଟନୀ ମୁକାବିଲାକୁ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୩୧୨ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ ୮୯ (୭୯ ବଲ୍, ୯ ଚୌକା) ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକାର ସଫଳ ବୋଲର ଭାବେ ଲୁଙ୍ଗି ଏନଗିଡି ୩ଟି ୱିକେଟ୍ ନେଇଛନ୍ତି।

କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ମ୍ୟାଚର ଦ୍ୱିତୀୟ ବଲରେ ବଡ଼ ଝଟକା ଲାଗିଥିଲା। ଘରୋଇ ଦଳର ଓପ୍ନର ଜନ୍ନି ବେୟାରଷ୍ଟୋ ଖାତା ଖୋଲିବା ପୂର୍ବରୁ ଇମ୍ରାନ୍ ତାହିରଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଜେସନ୍ ରୟ ଓ ଜୋ ରୁଟ୍ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗୀଦାରୀ କରିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ରୟ ୫୩ ବଲରେ ୮ ଚୌକା ସହ ୫୪ ରନ୍ କରି ଆଣ୍ଡିଲେ ଫେଲୁକୱାୟୋଙ୍କ ବଲରେ ଆଉଟ୍ ହୋଇଥିଲେ। ରୁଟ (୫୧)ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ।

ଲଗାତାର ଦୁଇଟି ୱିକେଟ୍ ହରାଇବା ପରେ ଇଂଲଣ୍ଡକୁ ପୁଣିଥରେ ଟ୍ରାକକୁ ଆଣିଥିଲେ ଅଧିନାୟକ ଇଆନ୍ ମୋର୍ଗାନ୍ ଓ ଷ୍ଟୋକ୍ସ। ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମର ରନରେଟ୍ ଜାରି ରଖିଥିଲେ । ଚତୁର୍ଥ ୱିକେଟ୍ ମୋର୍ଗାନ୍ ଓ ଷ୍ଟୋକ୍ସଙ୍କ ମଧ୍ୟରେ ୧୦୬ ରନର ପାର୍ଟନରଶିପ୍ ହୋଇଥିଲା। ମୋର୍ଗାନ୍ ୫୭ (୬୦ ବଲ୍, ୪ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଇନଫର୍ମ ଜୋସ ବଟଲର୍ ମାତ୍ର ୧୮ ରନ୍ କରି ଏନଗିଡିଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ଏହା ପରେ ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମୋଇନ୍ ଅଲୀ (୩), କ୍ରିସ୍ ଓକ୍ସ (୧୩) ନିରାଶ କରିଥିଲେ। ତେବେ ଷ୍ଟୋକ୍ସ ଲଢୁଆ ବ୍ୟାଟିଂ କରି ଇଂଲଣ୍ଡ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ଶେଷଭାଗରେ ଲିଆମ୍ ପ୍ଲଙ୍କେଟ୍ ୯ ଓ ଜୋଫ୍ରା ଆର୍ଚର ୭ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ତାହିର୍ ଓ ରବାଡା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2W11LxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages