ନୂଆଦିଲ୍ଲୀ: ସର୍ବଦା ସମସ୍ତଙ୍କୁ ଚକମା ଦେଉଥିବା ମୋଦି-ଶାହ ଯୋଡ଼ି ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦି ସରକାର-୧ରେ ବୈଦେଶିକ ସଚିବ ଥିବା ଏସ୍ ଜୟଙ୍କରଙ୍କୁ ମୋଦି-୨ ସରକାରରେ ମନ୍ତ୍ରୀ ପଦ ମିଳିବା ନେଇ ହୋଇଥିବା ଚର୍ଚ୍ଚା ଶେଷରେ ସତ ହୋଇଛି। ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ତାଙ୍କ ଅନୁଭୂତି ଅନୁଯାୟୀ ସେ ସୁଷମା ସ୍ୱରାଜଙ୍କ ସ୍ଥାନ ନେବେ ଏବଂ ବୈଦେଶିକ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି।
୭ ଲୋକ କଲ୍ୟାଣ ମାର୍ଗରେ ଥିବା ହଠାତ ଡାକରା ପାଇ ମୋଦିଙ୍କ ବାସଭବନରେ ଏସ୍ ଜୟଶଙ୍କର ପହଞ୍ଚିଥିଲେ। ତା’ ପରେ ଜୟଶଙ୍କରଙ୍କୁ ରାଜ୍ୟସଭାକୁ ମନୋନୀତ କରି ମୋଦି ସରକାର ମନ୍ତ୍ରୀ ପଦ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଜୟଶଙ୍କର ୨୦୧୫ରୁ ୨୦୧୮ ଯାଏ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୭୭ରେ ଆଇଏଫଏସରେ ଯୋଗଦେଇଥିଲେ। ସେ ଭାରତର ବୈଦେଶିକ ସଚିବ ହେବା ପୂର୍ବରୁ ଆମେରିକା, ଚାଇନା, ଚେକ୍ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ସିଙ୍ଗାପୁରରେ ଭାରତୀୟ ହାଇକମିଶନର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି।
from Odisha Reporter http://bit.ly/2HOA73z
No comments:
Post a Comment