ମହିଳା ଟିଭି ରିପୋର୍ଟରଙ୍କ ସାହସକୁ ପ୍ରଶଂସା କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ମହିଳା ଟିଭି ରିପୋର୍ଟରଙ୍କ ସାହସକୁ ପ୍ରଶଂସା କଲେ ମୋଦି

କୋଲକାତା: ବାହୁବଳର ସବୁଠାରୁ ଅଧିକ ପ୍ରୟୋଗ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଆକ୍ରମଣର ଶିକାର ହେବାପରେ ମଧ୍ୟ ରିପୋର୍ଟିଂ ଜାରି ରଖିଥିବା ଜଣେ ସାମ୍ବାଦିକଙ୍କୁ ପ୍ରଶଂସାରେ ପୋତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ଇଣ୍ଡିଆଟୁଡେ’ ଟିଭି ଚ୍ୟାନେଲ ପାଇଁ କାର୍ଯ୍ୟରତ ମହିଳା ସାମ୍ବାଦିକ ମନୋଜ୍ଞା ଲୋଇୱାଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଆକ୍ରମଣର ଶିକାର ହୋଇଥିଲେ।

ମୋଦି ପଶ୍ଚିମବଙ୍ଗର ପୁରୁଲିଆଠାରେ ଏକ ନିର୍ବାଚନ ରାଲି ସମୟରେ ସେ ଏହି ସାମ୍ବାଦିକଙ୍କୁ କହିଛନ୍ତି, “ମୁଁ ତୁମ ସାହସ ବାବଦରେ ଶୁଣିଛି। ଜଣେ ରିପୋର୍ଟରେ ହିସାବରେ ଏବଂ ଜଣେ ଝିଅ ହିସାବରେ ତୁମେ ଯେଉଁଭଳି କର୍ତ୍ତବ୍ୟ ସମ୍ପାଦନ କରିଛ, ତାହା ପ୍ରଶଂସନୀୟ। ତୁମେଏଠାରେ ଗୁଣ୍ଡାଙ୍କ ମୁକାବିଲା କଲ, ଆକ୍ରମଣର ସାମ୍ନା କଲ ଏବଂ କାମ ଚାଲୁ ରଖିଛ।” ଏହି ସାମ୍ବାଦିକଙ୍କ ସାହସ ପ୍ରତି ସେ ନତମସ୍ତକ ହୋଇଥିବା ମୋଦି କହିଛନ୍ତି।

ସୂଚନାଯୋଗ୍ୟ ଯେ ଆସାନ୍‌ସୋଲଠାରେ ଗତ ଏପ୍ରିଲ ୨୯ ତାରିଖରେ ଭୋଟ୍‌ଗ୍ରହଣ ସମୟରେ ମନୋଜ୍ଞାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଦିନ ଆସାନ୍‌ସୋଲର ବିଭିନ୍ନ ସ୍ଥାନରେ ଟିଏମ୍‌ସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏପରିକି ବିଜେପି ସାଂସଦ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିନଥିଲେ। ତାଙ୍କ କାର୍‌ ଉପରକୁ ଆକ୍ରମଣ ହୋଇଥିଲା।



from Odisha Reporter http://bit.ly/2PUhspi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages