ପନ୍ତଙ୍କୁ ଏତିମି ପ୍ରଶଂସା କଲେ ପୃଥ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ପନ୍ତଙ୍କୁ ଏତିମି ପ୍ରଶଂସା କଲେ ପୃଥ୍ୱୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଟିମର ସାଥୀ ଖେଳାଳି ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି। ପୃଥ୍ୱୀ କହିଛନ୍ତି, ‘ଯୁବକଙ୍କ ମଧ୍ୟରେ ପନ୍ତ ସବୁଠାରୁ ଶ୍ରେଷ୍ଠ ଫିନିସର୍।’ ୨୧ ବର୍ଷୀୟ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଆଇପିଏଲର ଏଲିମିନେଟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ପନ୍ତ ମାତ୍ର ୨୧ ବଲରେ ୪୯ ରନର ଇନିଂସ ଖେଳିଥିଲେ।

ମ୍ୟାଚ୍ ପରେ ପୃଥ୍ୱୀ କହିଥିଲେ, ‘ସାଧାରଣତଃ ଟି-୨୦ ମ୍ୟାଚରେ ଅଧିକ ଚାପ ରହିଥାଏ। ମ୍ୟାଚ୍ ଜିତିବା ନେଇ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲି। ଠିକଣା ସମୟରେ ମଧ୍ୟ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ମୋ ମତରେ, ପନ୍ତ ଯୁବ ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଫିନିସର୍। ପନ୍ତ ଏଭଳି ଜଣେ ଖେଳାଳି, ଯିଏ ସେ ସର୍ବଦା ଆମ ପାଇଁ ମ୍ୟାଚରେ ସୁଯୋଗ ସୃଷ୍ଟି କରିଥାନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି। ଦୁର୍ଭାଗ୍ୟବଶତଃ ସେ ଆମ ପାଇଁ ଫିନିଶ୍ କରିପାରି ନଥିଲେ, କିନ୍ତୁ ଶେଷରେ କୀମୋ ପଲ୍ ଭଲ ପ୍ରଦର୍ଶନ କରି ଆମକୁ ଜିତାଇଥିଲେ।’ ସୂଚନାଯୋଗ୍ୟ, ଦିଲ୍ଲୀ ବିଜୟରେ ପୃଥ୍ୱୀ ଶ’ ୫୬ ରନର ଇନିଂସ୍ ଖେଳିଥିଲେ।



from Odisha Reporter http://bit.ly/2H9CImR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages