ଡିକ୍ସନାରୀ ନାଁ ନେଇ ଭୂତାଇଥିଲେ ରାହୁଲ, ଅକ୍ସଫୋର୍ଡ କହିଲା ଫେକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଡିକ୍ସନାରୀ ନାଁ ନେଇ ଭୂତାଇଥିଲେ ରାହୁଲ, ଅକ୍ସଫୋର୍ଡ କହିଲା ଫେକ୍‌

ନୂଆଦିଲ୍ଲୀ: ‘ମୋଡିଲାଇ’ (modi lie) ନାମକ ଏକ ଶବ୍ଦ ଏବେ ଡିକ୍ସିନାରୀରେ ସ୍ଥାନ ପାଇଥିବା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦାବି ପରେ ଏହାକୁ ଫେକ୍‌ ବୋଲି କହିଛି ଅକ୍ସଫୋର୍ଡ ଡିକ୍ସିନାରୀ। ରାହୁଲ ସୋଶାଲ ମିଡିଆରେ ଏନେଇ ପୂର୍ବରୁ ଏକ ମଜାଳିଆ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ପରୋକ୍ଷରେ କଟାକ୍ଷ କରିଥିଲେ। କିନ୍ତୁ ଗୁରୁବାର ଅକ୍ସଫୋର୍ଡ ନିଶ୍ଚିତ କରିଛି ଏଭଳି କିଛି ବି ଶବ୍ଦ ଡିକ୍ସିନାରୀରେ ନାହିଁ।

ଅକ୍ସଫୋର୍ଡ ପକ୍ଷରୁ କୁହାଯାଇଛି, “ଆମେ ନିଶ୍ଚିତ କରିଦେବାକୁ ଚାହୁଁ ଯେ ମୋଡିଲାଇ ଶବ୍ଦ ଥିବା ଫଟୋଟି ଫେକ୍‌ ଏବଂ ଆମର କୌଣସି ଅକ୍ସଫୋର୍ଡ ଡିକ୍ସିନାରୀରେ ଏହି ଶବ୍ଦ ନାହିଁ।”

ବୁଧବାର ହିଁ ରାହୁଲ ଏକ ସ୍କ୍ରିନ୍‌ଶଟ୍‌ ସହ ଟ୍ୱିଟରରେ ‘ମୋଡି ଲାଇ’ର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ଏହି ଶବ୍ଦ ଏବେ ଇଂରାଜୀ ଡିକ୍ସିନାରୀରେ ନୂଆକରି ଯୋଡ଼ାଯାଇଛି। ଏହା ଏକ ‘ମାସ୍‌ ନାଉନ୍‌’ଶବ୍ଦ ବୋଲି ଏଥିରେ କୁହାଯାଇଥିଲା। ଏହାର ଅର୍ଥ ସ୍ୱରୂପ କୁହାଯାଇଥିଲା, ଲଗାତାର ସତ୍ୟକୁ ବଦଳାଇବା ବା ମୋଡିଫାଇ କରିବା। ଏହାର ଅନ୍ୟ ଏକ ଅର୍ଥ ଥିଲା ଅବିରତ ଏବଂ ଅଭ୍ୟାସଗତଭାବରେ ମିଛ କହିବା।

କୌଣସି ବ୍ୟକ୍ତିକୁ ‘ମୋଡିଲାୟର୍’ କୁହାଯାଇପାରିବ ବୋଲି ଏଥିରେ ଉଦାହରଣ ଦିଆଯାଇଥିଲା। ଏହି ଶବ୍ଦଟି ‘ମୋଦି’ ଏବଂ ‘ଲାଇ’କୁ ମିଶାଇ ଗଢ଼ାଯାଇଥିବା ରାହୁଲ ଦାବି କରିଥିଲେ।



from Odisha Reporter http://bit.ly/2JjxR64

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages