
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ)ରେ ସାମିଲ୍ ହୋଇ ଇତିହାସ ରଚିଛନ୍ତି। ଇରଫାନ୍ ପ୍ରଥମ ଭାରତୀୟ ଭାବେ ସିପିଏଲ୍ ଡ୍ରାଫ୍ଟରେ ସାମିଲ୍ ହୋଇଛନ୍ତି। ଯଦି ଇରଫାନ୍ ସିପିଏଲ୍ ନିଲାମରେ ବିକ୍ରି ହୁଅନ୍ତି, ତାହେଲେ କୌଣସି ବଡ଼ ବିଦେଶୀ ଟି-୨୦ ଲିଗ୍ ଖେଳିବାରେ ସେ ପ୍ରଥମ ଭାରତୀୟ କ୍ରିକେଟର୍ ହେବେ।
ଇରଫାନ୍ ଗତ ଦୁଇଟି ସିଜନରେ ଆଇପିଏଲ୍ ସହ ନାହାନ୍ତି। ସେ ଆଇପିଏଲରେ ନିଜର ଅନ୍ତିମ ମ୍ୟାଚ୍ ୨୦୧୭ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ ଏବଂ ୨୦୧୬ରେ ପୁନେ ପକ୍ଷରୁ କେବଳ ୪ଟି ମ୍ୟାଚ୍ ଖେଳିଥିଲେ। ଲମ୍ବା ସମୟ ଧରି ଜାତୀୟ ଦଳରୁ ବାହାରେ ଥିବା ଇରଫାନ୍ ଭାରତ ପକ୍ଷରୁ ୨୯ ଟେଷ୍ଟ, ୧୨୦ ଦିନିକିଆ ଓ ୨୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ମୋଟ ୩୦୧ ୱିକେଟ୍ ନେଇଛନ୍ତି। ଏହାଛଡ଼ା ଇରଫାନଙ୍କ ନାମରେ ତିନୋଟି ଯାକ ଫର୍ମାଟରେ ୨୮୦୦ ରନ୍ ରହିଛି।
ସିପିଏଲରେ ଖେଳାଳିଙ୍କ ଡ୍ରାଫ୍ଟରେ ୱେଷ୍ଟଇଣ୍ଡିଜ୍ ବ୍ୟତୀତ ଅନ୍ୟ ୨୦ ଦେଶର ରେକର୍ଡ ୫୩୬ ଜଣ କ୍ରିକେଟରଙ୍କୁ ସାମିଲ୍ କରାଯାଇଛି । ସେଥିରୁ ଭାରତ, ବରମୁଡା ଓ ଓମାନର ଜଣେ ଲେଖାଏ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସିପିଏଲ୍ ନିଲାମୀ ମେ’ ୨୨ ତାରିଖରେ ଲଣ୍ଡନରେ ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
from Odisha Reporter http://bit.ly/2JEAv5U
No comments:
Post a Comment