ବିବାହ ପୂର୍ବରୁ ବ୍ରେକ୍‌ଅପ୍‌, ଭାଙ୍ଗିଲା ପ୍ରିୟଙ୍କାଙ୍କ ଭାଇ ବାହାଘର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ବିବାହ ପୂର୍ବରୁ ବ୍ରେକ୍‌ଅପ୍‌, ଭାଙ୍ଗିଲା ପ୍ରିୟଙ୍କାଙ୍କ ଭାଇ ବାହାଘର…

ମୁମ୍ୱାଇ:  ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥଙ୍କ ରୋକା ସେରିମନି ଫେବୃୟାରୀ ୨୭ ତାରିଖରେ ବେଶ୍‌ ଧୁମଧାମରେ ହୋଇଥିଲା। ପ୍ରିୟଙ୍କା ମଧ୍ୟ ଏହି ସେରିମନିରେ ଯୋଗ ଦେବାକୁ ସ୍ୱାମୀ ନିକ୍‌ଙ୍କ ସହ ସେ ଭାରତ ଆସିଥିଲେ। ଏହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଛାଡିଥିଲେ। କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ନେଇ ସୋଶାଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।

ଖବର ମୁତାବକ, ରୋକା ସେରିମନି ପରେ ପ୍ରିୟଙ୍କାଙ୍କ ହେବାକୁ ଥିବା ଭାଉଜ ଇଶିତା ମେଡିକାଲରେ ଆଡମିଟ୍‌ ହୋଇଥିଲେ। ସେଠାରେ ତାଙ୍କର ସର୍ଜରୀ  ହୋଇଥିଲା।  ଏହାପରେ ସୋଶାଲ ମିଡ଼ିଆରେ ଉଭୟଙ୍କ ବାହାଘର ଭାଙ୍ଗି ଯାଇଥିବା ଖବର ଭାଇରାଲ ହେବାରେ ଲାଗିଛି।  ବାହାଘର କାହିଁକି ଭାଙ୍ଗିଲା ତାହାର କାରଣ ଜଣାପଡ଼ି ନ ଥିବା ବେଳେ ଜାରି ରହିଛି ସସ୍‌ପେନ୍ସ। ଏହାକୁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ସତ ବୋଲି କହିଥିବା ବେଳେ ପ୍ରିୟଙ୍କା କିନ୍ତୁ ମୁହଁ ଖୋଲି ନାହାନ୍ତି।

ଏକ ଇଣ୍ଟରଭିୟୁରେ ମଧୁ କହିଛନ୍ତି ଯେ, ପୁଅ ସିଦ୍ଧାର୍ଥ ଏବେ ବିବାହ ନିମନ୍ତେ ପ୍ରସ୍ତୁତ ନ ଥିବା କହିବା ପରେ ଆମେ ଏହି ପଦକ୍ଷେପ ନେଇଛୁ। ତାକୁ ଆଉ କିଛି ସମୟ ଦରକାର ଥିବା ବେଳେ ଆମେମାନେ ବି ଜଲଦିରେ ଏପରି ନିଷ୍ପତ୍ତି ନେବାକୁ ଚାହୁଁନୁ। ଉଭୟ ଆପୋଷ ବୁଝାମଣାରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

ହେଲେ ଗସିପ୍‌ ଜୋର ଧରୁଛି ଯେ, ଇଶିତାଙ୍କର କିଛି ଦିନ ପୂର୍ବେ ହୋଇଥିବା ସର୍ଜରୀ ବାହାଘର ଭାଙ୍ଗିବାର ମୁଖ୍ୟ କାରଣ। ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍‌ଠାକ ନଥିବା ଅନୁମାନ କରାଯାଉଥିଲା।

ବିବାହ ଭାଙ୍ଗିବା ପରେ ଇଶିତା ମଧ୍ୟ ନିଜ ଆକାଉଣ୍ଟରୁ ନିର୍ବନ୍ଧ ଫଟୋ ସବୁ ଡିଲିଟ୍‌ କରିଦେଇଛନ୍ତି। ଏଥିସହ ସାଙ୍ଗଙ୍କ ସହ ଦିଲ୍ଲୀରେ ମସ୍ତି କରୁଥିବାର ଫଟୋ ଅପଲୋଡ଼ କରିଛନ୍ତି। ଫଟୋରେ ସେ କ୍ୟାପସନ ଦେଇଛନ୍ତି,  “Cheers to new beginnings. With a goodbye kiss to beautiful endings.” । ଇଶିତାଙ୍କ ମା’ ମଧ୍ୟ ପୁରୁଣା ବହି ବନ୍ଦ କରି ନୂଆ ଷ୍ଟୋରି ଲେଖିବାକୁ ନିଜ ଝିଅକୁ ଉପଦେଶ ଦେଇଛନ୍ତି।



from Odisha Reporter http://bit.ly/2JiTpz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages