୧୫ କୋଟି ଟଙ୍କା ସହ ବିଦ୍ୟୁତ୍ ଖୁଣ୍ଟ ପଠାଇଲେ ଆନ୍ଧ୍ର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

୧୫ କୋଟି ଟଙ୍କା ସହ ବିଦ୍ୟୁତ୍ ଖୁଣ୍ଟ ପଠାଇଲେ ଆନ୍ଧ୍ର ସରକାର

Chandrababu

ଅମରାବତୀ: ‘ଫୋନି’ ଦ୍ୱାରା ପ୍ରଭାବତି ହୋଇଥିବା ଓଡ଼ିଶାକୁ ୧୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ପୁରୀ ଏବଂ ତା’ର ଆଖାପାଖ ଅଞ୍ଚଳରେ ଲୋକଙ୍କୁ ସହାୟତା ଉପରେ ଜୋର ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ।

ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ଫୋନି’ ପାଇଁ ପ୍ରଭାବିତ ହୋଇଥିବା ଓଡ଼ିଶାର ଖୋର୍ଦ୍ଦା ଏବଂ ପୁରୀ ଜିଲ୍ଲାକୁ ସମସ୍ତ ପ୍ରକାର ସହଯୋଗ ବଢ଼ାଇଛି ଆନ୍ଧ୍ର। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଥିବାରୁ ବିଦ୍ୟୁତ୍ ସେବା ବନ୍ଦ ରହିଛି। ଏଥିପାଇଁ ୧୫ କୋଟି ଟଙ୍କାର ସହାୟତା ସହିତ ରିଲିଫ୍ ସାମଗ୍ରୀ ଓ ବିଦ୍ୟୁତ ଖୁଣ୍ଟ ଆଦି ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାକୁ ପଠାଇଥିବା ସେ କହିଛନ୍ତି।

ବିଦ୍ୟୁତ୍ ନଥିବାରୁ ଅନେକ ସ୍ଥାନରେ ପାଣିର ଘୋର ଅଭାବ ଦେଖାଦେଇଛି। ତେଣୁ ସମସ୍ତ ଏନଜିଓ ମାନଙ୍କୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ।



from Odisha Reporter http://bit.ly/2J0BQ7t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages