ଇଣ୍ଡିଆ ଓପନ୍ ବକ୍ସିଂ: ସେମିରେ ଶିବ ଓ ଅମିତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଇଣ୍ଡିଆ ଓପନ୍ ବକ୍ସିଂ: ସେମିରେ ଶିବ ଓ ଅମିତ୍

ଗୁଆହାଟୀ: ବିଶ୍ୱ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ଶିବ ଥାପା ଓ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅମିତ୍ ପାଙ୍ଗାଲ୍ ଚଳିତ ଇଣ୍ଡିଆ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। କରମବୀର ନବୀନ ଚନ୍ଦ୍ର ବୋର୍ଦୋଲୋଇ ଇନଡୋର୍ ଷ୍ଟାଡିୟମରେ ଅନ୍ୟ ପାଞ୍ଚ ଭାରତୀୟ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି।

ଏହି ଷ୍ଟାଡିୟମରେ ତିନି ବର୍ଷ ପୂର୍ବେ ଚାମ୍ପିଅନ୍ ହୋଇଥିବା ଶିବ ୬୦ କେଜି ବର୍ଗରେ ମରିସସର ହେଲେନ୍ ଡେମିଏନଙ୍କୁ ୫-୦ରେ ହରାଇ ଅନ୍ତିମ-୪ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ଶିବଙ୍କ ସାମ୍ନା ପୋଲାଣ୍ଡର କ୍ରିଷ୍ଟିଆନ୍ ସେପାନ୍‌ସ୍କିଙ୍କ ସହ ହେବ।

ସେହିପରି ୫୨ କେଜି ବର୍ଗରେ ଅମିତ୍ କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡର ଚାକାପୋଙ୍ଗ ଚାନପିରୋମଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଏହି ବର୍ଗରେ ପାଙ୍ଗାଲଙ୍କ ବ୍ୟତୀତ ଜାତୀୟ ଚାମ୍ପିଅନ୍ ପିଏସ୍ ପ୍ରସାଦ, ପୂର୍ବତନ ୱାର୍ଲ୍ଡ ୟୁଥ୍ ଚାମ୍ପିଅନ୍ ସଚିନ ସିୱାଚ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୂର୍ବତନ ଚାମ୍ପିଅନ୍ ଗୌରବ ସୋଲାଙ୍କି ଅନ୍ତିମ-୪ରେ ପହଞ୍ଚିଛନ୍ତି।

ସିୱାଚ୍ କ୍ୱାର୍ଟରରେ ବିଶ୍ୱ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ଫିଲିପାଇନ୍ସ ରୋଗନ ଲେଡନଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ସୋଲଙ୍କି ମରିସସର ଲୁଇସ୍ ଫ୍ଲୁରୋଟଙ୍କୁ ୫-୦ରେ ହରାଇଛନ୍ତି।



from Odisha Reporter http://bit.ly/2WkD6bO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages