ବିନା ଦୋଷରେ କର୍କଟ୍‌ ପୀଡ଼ିତ ସିଡିଏମ୍ଓଙ୍କୁ କଲବଲ କଲା ସ୍ୱାସ୍ଥ୍ୟ ବିଭାଗ, ଏମିତି ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ବିନା ଦୋଷରେ କର୍କଟ୍‌ ପୀଡ଼ିତ ସିଡିଏମ୍ଓଙ୍କୁ କଲବଲ କଲା ସ୍ୱାସ୍ଥ୍ୟ ବିଭାଗ, ଏମିତି ଚାଲିଗଲା ଜୀବନ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ବିଭାଗର ବିଭାଗର ତ୍ରୁଟିପୂର୍ଣ୍ଣ ସସ୍‌ପେଣ୍ଡ, ନିଲମ୍ବନ ପ୍ରତ୍ୟାହାର ଏବଂ ଦୁଃଖଦ ଘଟଣାକ୍ରମରେ କ୍ୟାନସରରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାୟଗଡ଼ା ସିଡିଏମ୍ଓ ଡାକ୍ତର ଶିବ ପ୍ରସାଦ ପାଢ଼ୀ । ନିଲମ୍ବନ ଆଦେଶ ପ୍ରତ୍ୟାହାରର ଚିଠି ଦେଖିବା ଆଗରୁ ଆଖି ବୁଜିଦେଲେ ରାୟଗଡ଼ା ସିଡିଏମ୍ଓ ଡାକ୍ତର ଶିବ ପ୍ରସାଦ ପାଢ଼ୀ।

ଗୋଟିଏ ପଟେ ନିଲମ୍ବନ ଆଦେଶର ପ୍ରତ୍ୟାହାରର ଚିଠି ପହଞ୍ଚିଥିବାବେଳେ ଅନ୍ୟପଟେ ବେଙ୍ଗାଲୁରୁରୁ ତାଙ୍କର ମୃତଦେହ ପହଞ୍ଚିଛି ରାୟଗଡ଼ାରେ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଳୁରୁରେ ମେଡ଼ିକାଲରେ ତାଙ୍କର ପରଲୋକ ହୋଇଥିଲା । ଆଜି ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ରାୟଗଡ଼ାରେ ଅନ୍ତିମ ସଂସ୍କାର କରାଯାଇଛି ।ତେବେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବେଙ୍ଗାଲୁରୁରେ ଚିକିତ୍ସିତ ଥିବା ସମୟରେ ତାଙ୍କ ବିରୋଧରେ ହୋଇଥିବା ସରକାରୀ କାର୍ଯ୍ୟନୁଷ୍ଠାନକୁ ନେଇ ଲାଗି ରହିଛି ସସ୍‌ପେନ୍ସ।

ଫୋନି ସମୟରେ ଡ୍ୟୁଟିରେ ଯୋଗଦେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । କିନ୍ତୁ ତାପୂର୍ବରୁ ସେ ଚିକିତ୍ସା ପାଇଁ ବେଙ୍ଗାଲୁରୁ ଯାଇସାରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ଓ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଲମ୍ବନ ଉଠାଇ ଦିଆଯାଇଛି। ତେବେ କୌଣସି ସତ୍ୟାସତ୍ୟ ନଜାଣି କେମିତି ଏବଂ କେଉଁ ସୂଚନା ଆଧାରରେ ତାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା, ଏବେ ନିଲମ୍ବନ ପ୍ରତ୍ୟାହାର କରାଗଲା, ତାକୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ।



from Odisha Reporter http://bit.ly/2M3w6fI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages