ଘରେ କେବେ ପ୍ରସ୍ତୁତ କରିଛନ୍ତି ଶେଜୱାନ୍‌ ଚିକେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଘରେ କେବେ ପ୍ରସ୍ତୁତ କରିଛନ୍ତି ଶେଜୱାନ୍‌ ଚିକେନ୍‌

ଆବଶ୍ୟକ ସାମଗ୍ରୀ- ବୋନ୍‌ଲେସ୍‌ ଚିକେନ୍‌, ଗୋଲମରିଚ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, ଅଣ୍ଡା, ତେଲ, ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର, କର୍ଣ୍ଣଷ୍ଟାର୍ଚ, ପାଣି, ଲୁଣ।

ପ୍ରସ୍ତୁତି ପ୍ରଣାଳୀ- 
ପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ଅଧ ଚାମଚ ଲୁଣ, ହ୍ୱାଇଟ୍‌ ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ମାରିନେଟ୍‌ କରି ରଖି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରି ଏଥିରେ ମାରିନେଟ୍‌ ହୋଇ ରହିଥିବ ଚିକେନ୍‌ ପକାଇ ବ୍ରାଉନ୍‌ ହେବା ଯାଏ ଫ୍ରାଏ କରନ୍ତୁ। ଏବେ ଏହାକୁ ଗ୍ୟାସ୍‌ରୁ ବାହାର କରି ଅଲଗା ରଖନ୍ତୁ। ଏବେ ପ୍ୟାନ୍‌ରେ ୨ ଚାମଚ ତେଲ ଗରମ କରି ଏଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ ଦୁଇ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ। ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ ୩ରୁ ୪ ମିନିଟ୍‌ ଭାଜନ୍ତୁ।

ଏଥିରେ ସୋୟା ସସ୍‌, ଶେଜୱାନ ସସ୍‌, ସୋୟା ସସ୍‌, ଭିନେଗାର, ଚିନି, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ମିଶାନ୍ତୁ। ଏବେ ଏଥିରେ ୧୫୦ ମିଲି ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଅନ୍ୟ ଏକ ଗିନାରେ ୧ ଟେବଲସ୍ପୁନ୍‌ କର୍ଣ୍ଣଷ୍ଟାର୍ଚ, ଦେଢ଼ ଚାମଚ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ପ୍ୟାନ୍‌ରେ ଢାଳି ମିଶାନ୍ତୁ। ଏବେ  ଚିକେନ୍‌କୁ ଏଥିରେ ପକାଇ ଗୋଳାନ୍ତୁ। ଏହି ଚିକେନ୍‌କୁ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଶେଜୱାନ୍‌ ଚିକେନ୍‌। ପିଆଜ ଷଣ୍ଢାରେ ଏହାକୁ ସଜାଇ ଗରମ ଗରମ ପରଷନ୍ତୁ।



from Odisha Reporter http://bit.ly/2QmyVa4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages