ଏକଜିଟ୍‌ ପୋଲ୍‌ ଫଳାଫଳକୁ ବିରୋଧୀଙ୍କ ନାପସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକଜିଟ୍‌ ପୋଲ୍‌ ଫଳାଫଳକୁ ବିରୋଧୀଙ୍କ ନାପସନ୍ଦ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଶାସନ ଭାର କାହା ଉପରେ ନ୍ୟସ୍ତ ହେବ ତାହାର ଚୁଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ଏକଜିଟ୍‌ ପୋଲ୍‌ର ଫଳାଫଳ ପ୍ରକାଶ ପାଇଛି।

ପ୍ରାୟ ଅଧିକାଂଶ ଏକଜିଟ୍‌ ପୋଲଚଳିତ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନ୍‌ଡିଏ ପୂର୍ଣ୍ଣ ବହୁମତ ସହ ବିଜୟୀ ହେବ ବୋଲି କହିଛନ୍ତି। ସେହିପରି ୟୁପିଏ କିମ୍ବା ଅନ୍ୟାନ୍ୟ ଦଳ ୧୩୦ରୁ ଅଧିକ ଆସନ ଜିତିପାରିବେ ନାହିଁ ବୋଲି ଏକଜିଟ୍‌ ପୋଲ୍‌ରେ କୁହାଯାଇଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେକୁ ବିରୋଧୀ ଦଳଗୁଡ଼ିକ ସହଜରେ ଗ୍ରହଣ କରିପାରି ନାହାନ୍ତି।

ସେମାନେ ଏକଜିଟ୍‌ ପୋଲ ଭୁଲ ସର୍ଭେ ଉପରେ ଆଧାରିତ ଏବଂ ଆସନ୍ତା ୨୩ରେ ଦେଶବାସୀ ନିର୍ବାଚନ ଫଳାଫଳର ପ୍ରକୃତ ଚିତ୍ର ଦେଖିବାକୁ ପାଇବେ ବୋଲି କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, “ମୁଁ ଏକଜିଟ୍‌ ପୋଲକୁ ବିଶ୍ୱାସ କରୁନାହିଁ। ଏଭଳି ଗସିପ୍‌ କରି ଇଭିଏମ୍‌ ହେରାଫେରି କରିବାକୁ ଯୋଜନା ଚାଲିଛି। ମୁଁ ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏହା ବିରୋଧରେ ଏକାଠି ହେବାକୁ ଆହ୍ୱାନ କରୁଛି। ଆମେ ଏକାଠି ଏହି ଯୁଦ୍ଧ ଲଢ଼ିବା।”

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ କମିଶନ ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ଏଥିସହ ୨୩ ତାରିଖରେ ପ୍ରକାଶ ପାଇବାକୁ ଥିବା ଫଳାଫଳ ବିଜେପିକୁ ଚକିତ କରିବ ବୋଲି ସେ କହିଛନ୍ତି। ନିର୍ବାଚନ କମିଶନ ମୋଦିଙ୍କ ବିରୋଧରେ ଯିବାକୁ ଭୟଭୀତ ବୋଲି ମଧ୍ୟ ରାହୁଲ କହିଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏକଜିଟ୍‌ ପୋଲର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, “ପୁଣିଥରେ ଏକଜିଟ୍‌ ପୋଲ ଲୋକଙ୍କ ମନର କଥା ବୁଝିବାରେ ବିଫଳ ହୋଇଛି। ପୂର୍ବରୁ ଏକଜିଟ୍‌ ପୋଲ ଭୁଲ ପ୍ରମାଣିତ ହୋଇଛି। ତୃଣମୂଳସ୍ତରରେ ଲୋକଙ୍କ ମୁଡ୍‌ ଜାଣିବାରେ ଏକଜିଟ୍‌ ପୋଲ ବିଫଳ ହୋଇଥିବା ପ୍ରମାଣିତ ହୋଇଛି। ଆନ୍ଧ୍ରରେ ପୁଣିଥରେ ବିନା କୌଣସି ଦ୍ୱନ୍ଦ୍ୱରେ ଟିଡିପି ସରକାର ଗଠନ ହେବ। ସେହିପରି ଅଣ ବିଜେପି ଦଳଗୁଡ଼ିକ ଏକାଠି ହୋଇ କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ କରିବେ।”

କଂଗ୍ରେସ ନେତା ଶଶି ଥରୁର ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, “ମୋର ବିଶ୍ୱାସ ସବୁ ଏକଜିଟ୍‌ ପୋଲ ଫଳାଫଳ ଭୁଲ ସାବ୍ୟସ୍ତ ହେବ। ଗତ ସପ୍ତାହରେ ଅଷ୍ଟ୍ରେଲିଆର ୫୬ଟି ସଂସ୍ଥା ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ କରିଥିଲେ। ଏଥିରେ ସମସ୍ତେ ଭୁଲ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଆମକୁ ମେ’ ୨୩କୁ ଅପେକ୍ଷା କରିବାକୁ ପଡ଼ିବ।”



from Odisha Reporter http://bit.ly/2M5MAUG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages