ମଧ୍ୟପ୍ରଦେଶରେ ହଲଚଲ: ଭାଙ୍ଗିବ କି କଂଗ୍ରେସ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ମଧ୍ୟପ୍ରଦେଶରେ ହଲଚଲ: ଭାଙ୍ଗିବ କି କଂଗ୍ରେସ ସରକାର

ଭୋପାଲ୍‌: ଲୋକସଭା ନିର୍ବାଚନର ଏକଜିଟ୍‌ ପୋଲ୍‌ ଫଳାଫଳ ପରେ କେନ୍ଦ୍ର ସହ ମଧ୍ୟପ୍ରଦେଶରେ ମଧ୍ୟ କ୍ଷମତା ଦଖଲକୁ ନେଇ ହଲଚଲ ଆରମ୍ଭ ହୋଇଯାଇଛି। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ନିକଟରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନଥିବା ପ୍ରମୁଖ ବିରୋଧୀ ଦଳ ବିଜେପି ଦାବି କରିଛି। ଏଥିସହ ମୁଖ୍ୟମନ୍ତ୍ରୀ କମଲନାଥ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅନ୍ତୁ ବୋଲି ଦଳ ଦାବି କରିଛି।

ଏଥିପାଇଁ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ ବୋଲି ଚିଠି ଲେଖି ବିଜେପି ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ବିଜେପିର ଏଭଳି ଦାବିକୁ ମୁଖ୍ୟମନ୍ତ୍ରୀ କମଲନାଥ ଖାରଜ କରିବା ସହ ତାଙ୍କ ସରକାର ଯଥେଷ୍ଟ ମଜଭୁତ ରହିଛି ବୋଲି ଦମ୍ଭୋକ୍ତି କରିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଗୋପାଲ ଭାର୍ଗବ କହିଛନ୍ତି ଯେ “କମଲନାଥ ସରକାର ଆପଣା ଛାଏଁ ଭୁଶୁଡ଼ି ପଡ଼ିବ। ମୁଁ ରାଜ୍ୟପାଳଙ୍କୁ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କହିଛି। ଆମେ ଏହି ଅଧିବେଶନରେ ଚାଷୀଙ୍କ ଋଣ ଛାଡ଼ ପ୍ରସଙ୍ଗରେ ଆଲୋଚନା କରିବୁ। ଏଥିସହ ରାଜ୍ୟ ସରକାର ବିଧାନସଭାରେ ତାଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ କରନ୍ତୁ। ଆମେ ଫ୍ଲୋର ଟେଷ୍ଟ ପାଇଁ ଯୋଜନା କରୁଛୁ। କଂଗ୍ରେସ ପାଖରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଛି କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଏହି ଦ୍ୱନ୍ଦ୍ୱ ଦୂର ହେବା ଦରକାର।”

୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ ୧୧୪ଟି ଆସନ ଜିତିଥିବା ବେଳେ ବିଜେପି ୧୦୯ଟିରେ ଜିତିଥିଲା। ସେହିପରି ବହୁଜନ ସମାଜ ପାର୍ଟି ୨ଟି, ସମାଜବାଦୀ ପାର୍ଟି ଗୋଟିଏ ଓ ସ୍ୱାଧୀନ ଦଳଗୁଡ଼ିକ ୪ଟି ଆସନ ଜିତିଥିଲେ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୬। ବିଏସ୍‌ପି, ସପା ଓ ସ୍ୱାଧୀନ ଦଳଗୁଡ଼ିକ ସହ ମିଶି କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଛି।



from Odisha Reporter http://bit.ly/2WeQAWD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages