ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତେଲୁଗୁ ଦେଶମ ପାର୍ଟି ବିଧାୟକ ଦଳର ନେତା। ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇଏସଏଲ ନରସିମହନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଅଟନ୍ତି।

ଏହି ଶପଥ ଗ୍ରହଣ ସମାରୋହରେ ଡିଏମକି ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ତେଲୁଗୁ ଦେଶମ ପାର୍ଟିର କୌଣସି ବିଧାୟକ ଯୋଗ ଦେଇନହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ସମାବେଶରେ ଯୋଗ ନଦେଇ ଗତକାଲି ଦଳୀୟ ବିଧାୟକଙ୍କ ଦ୍ୱାରା ଏକ ଶୁଭେଚ୍ଛା ପତ୍ର ଜଗନଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।

ଜଗନଙ୍କ ଏହି ଶପଥ ସମାରୋହରେ ୧ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ଜଗନ ରେଡ୍ଡୀ ଶପଥ ସମାରୋହ ସ୍ଥଳୀରେ ପହଞ୍ଚିବା ଉପସ୍ଥିତ ଜଗନଙ୍କ ସମର୍ଥକ ‘ବାଏ ବାଏ ବାବୁ’ର ନାରା ଦେଇଥିଲେ। ୧୭୫ ବିଧାନସଭା ଆସନରୁ ୧୫୧ଟି ଆସନରେ ବିଜୟୀ ହୋଇଥିଲା ଓ୍ୱାଇଏସଆର କଂଗ୍ରେସ ଦଳ।

ଜଗନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ଲୋକପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଓ୍ୱାଇଏସଆର ରାଜଶେଖର ରେଡ୍ଡୀଙ୍କ ପୁଅ ଅଟନ୍ତି। ୨୦୦୯ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ରାଜେଶଖରଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୧ ମସିହାରେ ଜଗନ ରେଡ୍ଡୀ ନିଜ ବାପାଙ୍କ ନାମରେ ଓ୍ୱାଇଏସଆର କଂଗ୍ରେସ ଦଳ ଗଢ଼ିଥିଲେ।



from Odisha Reporter http://bit.ly/2Xfxz3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages