ହାଇଦ୍ରାବାଦକୁ ପ୍ଲେଅଫ୍‌ରେ ପହଞ୍ଚାଇଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ହାଇଦ୍ରାବାଦକୁ ପ୍ଲେଅଫ୍‌ରେ ପହଞ୍ଚାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ପରାସ୍ତ କରି କ୍ୱାଲିଫାୟରରେ ସ୍ଥାନ ହାସଲ କରିଛି। ତେବେ ମୁମ୍ବାଇର ଏହି ବିଜୟ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଲାଭଦାୟକ ହୋଇଛି। ମୁମ୍ବାଇ ମ୍ୟାଚ୍ ଜିତିବା ଦ୍ୱାରା ହାଇଦ୍ରାବାଦ ପ୍ଲେଅଫରେ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ପରାଜୟ ସହ କେକେଆର୍ ଆଇପିଏଲରୁ ବିଦାୟ ନେଇଛି। ପ୍ଲେଅଫକୁ ମୁମ୍ବାଇ ଓ ହାଇଦ୍ରାବାଦ ସମେତ ଚେନ୍ନାଇ ସୁପର କିଙ୍ଗସ୍, ଦିଲ୍ଲୀ କ୍ୟାପିଟାଲ୍ସ ଉନ୍ନୀତ ହୋଇଛନ୍ତି।

ବିବାର ରାତିରେ ଖେଳାଯାଇଥିବା ଏହି ଏକତରଫା ମୁକାବିଲାରେ କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଜବାବରେ ମୁମ୍ବାଇ ମାତ୍ର ୧୬.୧ ଓଭରରେ ୧ ୱିକେଟ୍ ହରାଇ ୧୩୪ ରନ୍ କରି ବିଜୟ ଲାଭ କରିଥିଲା।

ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡି’କକ୍ ୩୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ରୋହିତ୍ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୮୮ ରନ୍ ଯୋଡ଼ିଥିଲେ। ରୋହିତ୍ ୪୮ ବଲରେ ୮ ଚୌକା ସହ ୫୫ ଓ ସୂର୍ଯ୍ୟକୁମାର ୨୭ ବଲରେ ୫ ଚୌକା ଓ ୨ ଛକା ସହ ୪୬ ରନ୍ କରିଥିଲେ। କେକେଆର ପକ୍ଷରୁ ଏକମାତ୍ର ୱିକେଟ୍ ପ୍ରସିଦ୍ଧ କ୍ରିଷ୍ଣା ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର ଭଲ ଆରମ୍ଭରୁ ଫାଇଦା ଉଠାଇ ପାରିନଥିଲା। ଓପ୍ନର ଶୁବମାନ୍ ଗିଲ୍ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅନ୍ୟତମ ଓପ୍ନର କ୍ରିସ୍ ଲିନ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ହେଁ, ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ସେ ମାତ୍ର ୨୯ ବଲରେ ୨ ଚୌକା ଓ ୪ ଛକା ସହ ୪୧ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ।

ରବିନ ଉଥାପ୍ପା ଧିମା ବ୍ୟାଟିଂ କରି ମାତ୍ର ୪୭ ବଲରେ ୪୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମଧ୍ୟକ୍ରମରେ ଦିନେଶ କାର୍ତ୍ତିକ (୩), ଇନଫର୍ମ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ (୦) ଓ ରିଙ୍କୁ ସିଂହ ନିରାଶ କରିଥିଲେ। ନୀତୀଶ ରାଣା ୧୩ ବଲରେ ୩ ଛକା ସହ ୨୬ ରନ୍ କରିଥିଲେ ହେଁ, ତାହା ଟିମକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲା। ଫଳରେ କେକେଆର ଟିମ୍ ନିର୍ଦ୍ଧାରିତ ଓଭରରେ ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter http://bit.ly/2J1WVym

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages