ସ୍ମାର୍ଟ ସିଟିରେ ଷ୍ଟିଟ୍‌ ଲାଇଟ୍‌ ନୁହେଁ ଜଳୁଛି ଜେନେରେଟର ଲାଇଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ସ୍ମାର୍ଟ ସିଟିରେ ଷ୍ଟିଟ୍‌ ଲାଇଟ୍‌ ନୁହେଁ ଜଳୁଛି ଜେନେରେଟର ଲାଇଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଉ ସ୍ମାର୍ଟ ସିଟି ଭଳି ଲାଗୁନି। ସଞ୍ଜ ନଇଁଲେ ପଡିଯାଉଛି ତାଟି କବାଟ, ଦୋକାନ ବଜାର ବନ୍ଦ। ସବୁଆଡେ କୁଢ କୁଢ ଭଙ୍ଗା ଗଛର ଡାଳପତ୍ରରେ ଶ୍ରୀହୀନ ଦେଖାଦେଉଛି ରାଜଧାନୀ ଭୁବନେଶ୍ୱର। ଯୋଉଠି ସଞ୍ଜ ହେଲେ ଆଲୁଅ ଝଲସୁଥିଲା, ସେଠି ଏବେ ବିଜୁଳୀ ନାହିଁ। ଯୁଆଡେ ଚାହିଁବେ ସିଆଡେ ଖାଲି ଅନ୍ଧାର। ଗାଡି ମୋଟର ଯାଆସ କରୁଥିବାରୁ ଯାହା ଖାଲି ରାସ୍ତାରେ ଟିକେ ଆଲୁଅ ପଡୁଛି। ତଥାପି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ରାଜଧାନୀବାସୀ। ରାସ୍ତା କଡ଼ରେ ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର କେତେବେଳେ ଗାଡିରେ ଛନ୍ଦି ହେଉଛି ତ କେତେବେଳେ ଓଭରଟେକ୍‌ କରୁକରୁ ଭଙ୍ଗା ଡାଲରେ ବାଡେଇ ହେଉଛି ଗାଡିର ମିରର।

ରାଜଧାନୀର ସିଂହଭାଗ ବିଦ୍ୟୁତ୍‌ ଖୁଣ୍ଟ ଫୋନି ପ୍ରଭାବରେ ନଷ୍ଟ ହୋଇଯାଇଥିବାରୁ ଏବେ ବିଦ୍ୟୁତ୍‌ ସଂଯୋଗ ଦେବା ଏକ ପ୍ରକାର ଅସମ୍ଭବ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବନି। ହେଲେ ବି ରାଜଧାନୀକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ବୋଲି କୁହାଯାଉଛି। ଅପରପକ୍ଷେ, ଏ ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରମୁଖ ରାସ୍ତାମାନଙ୍କରେ ଜେନେରେଟର ସଂଯୁକ୍ତ ଲାଇଟ୍‌ ଲଗାଯାଇଛି। ପାୱାର ହାଉସ୍‌ ଛକ, ରାଜଭବନ ଛକ, ରାଜମହଲ, ଏଆରପୋର୍ଟ, କ୍ୟାପିଟାଲ ହସ୍ପିଟାଲ ଛକରେ ଲାଗିଛି ଏଭଳି ଲାଇଟ୍‌।

ଯାହାକି ସାମୟିକ ଭାବେ ଅନ୍ଧକାରମୟ ପରିବେଶରୁ ରାଜଧାନୀକୁ ମୁକ୍ତି ଦେଉଛି। ହେଲେ ଏଭଳି ସ୍ଥିତି ଦେଖି ରାସ୍ତାରେ ଯେଉଥିବା ଲୋକେ ସ୍ମାର୍ଟ ସିଟିର ଏ କରୁଣ ଦୃଶ୍ୟ ଦେଖି ଯେତିକି ଦୁଃଖିତ ହେଉଛନ୍ତି ସେତିକି ଚିନ୍ତିତ ବି। ଫୋନି ଝଡ଼ ସ୍ମାର୍ଟସିଟୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରକୃତରେ କେତେଦିନ ପରେ ଅଣ୍ଟା ଶଳଖିବ ଭୁବନେଶ୍ୱର ତାହା ଏବେ ସମସ୍ତଙ୍କର ପ୍ରଶ୍ନ।



from Odisha Reporter http://bit.ly/2vGPR1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages