ପୁଲ୍‌ୱାମା ଆକ୍ରମଣର ଘା’ ଆଜି ମଧ୍ୟ ଶୁଖିନି:ସୁଷମା ସ୍ୱରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ପୁଲ୍‌ୱାମା ଆକ୍ରମଣର ଘା’ ଆଜି ମଧ୍ୟ ଶୁଖିନି:ସୁଷମା ସ୍ୱରାଜ

sushama

ବିକ୍‌ଶେକ୍‌: କିର୍ଗିଜ୍‌ର ରାଜଧାନୀ ବିକ୍‌ଶେକ୍‌ଠାରେ ଆୟୋଜିତ ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛି ଭାରତ। ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ପୁଲୱାମା ଆତଙ୍କବାଦୀ ହମ୍‌ଲାକୁ ନେଇ ଲୋକଙ୍କ ମନରେ ଆଜି ମଧ୍ୟ ଘା’ ସତେଜ ରହିଛି। ଏହା ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଆହ୍ୱାନ କରୁଛି। ସେ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ, ଭାରତ ଏସ୍‌ସିଓ ବ୍ୟବସ୍ଥାକୁ ସୁଦୃଢ଼ କରି ସ୍ପଷ୍ଟ, ସମନ୍ୱିତ ଏବଂ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ବିକାଶ କରିବାକୁ ଚାହେଁ।

ସେ ପୁଲ୍‌ୱାମା ସହ ଆତଙ୍କବାଦ ପ୍ରସଙ୍ଗରେ ସାମଗ୍ରୀକ ଭାବରେ କହିଥିଲେ, “ଶ୍ରୀଲଙ୍କାର ଭାଇ ଓ ଭଉଣୀମାନଙ୍କ ପାଇଁ ଆମ ହୃଦୟ କାନ୍ଦିଥିଲା, ଯେଉଁମାନେ କି ସଦ୍ୟ ଆତଙ୍କବାଦର ଭୟାବହତା ଦେଖିଛନ୍ତି। ପୁଲ୍‌ୱାମା ଆକ୍ରମଣରେ ତିଆରି ହୋଇଥିବା ଘା ଏବେଯାଏ ଶୁଖିନଥିବାବେଳେ ପଡ଼ୋଶୀ ଦେଶରେ ଆତଙ୍କବାଦୀ ଆକ୍ରମଣ ଆମକୁ ଆହ୍ୱାନ କରୁଛି ଆତଙ୍କବାଦକୁ ସମୂଳେ ଧ୍ୱଂସ କରିବାକୁ ହେବ।”

ଶ୍ରୀଲଙ୍କାରେ ଇଷ୍ଟର ରବିବାରରେ ସଂଘଟିତ ସିରିଜ୍‌ ଆତ୍ମଘାତୀ ବିସ୍ଫୋରଣରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ଏପ୍ରିଲ ୨୧ରେ ଏହି ଘଟଣା ଘଟିଥିଲା ଏବଂ ଏଥିରେ ୫୦୦ ଲୋକ ଆହତ ମଧ୍ୟ ହୋଇଥିଲେ। ଆଇଏସ୍‌ଆଇଏସ୍‌ ଆତଙ୍କୀ ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିଥିଲା। ଏହି ଆକ୍ରମଣର ବେଶ୍ ପୂର୍ବରୁ ଭାରତୀୟ ଗୁଇନ୍ଦା ବିଭାଗ ଚେତାବନୀ ଦେଇଥିଲେ ମଧ୍ୟ ଭାରତ ପାକିସ୍ତାନ ଏବଂ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ବିରୋଧରେ ମତାଉଛି ଦର୍ଶାଇ ଶ୍ରୀଲଙ୍କା ଚୁପ୍‌ ବସିଥିଲା।



from Odisha Reporter http://bit.ly/2McLGWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages