ମହିଳା ହକି ସିରିଜ୍ ଜିତିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ମହିଳା ହକି ସିରିଜ୍ ଜିତିଲା ଭାରତ

ଜିଞ୍ଚିଅନ୍: ଭାରତୀୟ ମହିଳା ହକି ଟିମ୍ ଗୋଟିଏ ଗୋଲ୍ ପଛରେ ରହିବା ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବୁଧବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି।

ଭାରତୀୟ ମହିଳା ଟିମ୍ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ କୋରିଆକୁ ଏହି ବ୍ୟବଧାନରେ ପରାସ୍ତ କରିଥିଲା। ଦୁଇ ଟିମ୍ ମଧ୍ୟରେ ତୃତୀୟ ତଥା ଶେଷ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଦ୍ୱିତୀୟ ମ୍ୟାଚରେ ଭାରତୀୟ ଟିମ୍ ପକ୍ଷରୁ ଅଧିନାୟକ ରାନୀ ରାମପଲ୍ (୩୭ତମ) ଓ ନବଜୋତ୍ କୌର୍ (୫୦ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। କୋରିଆ ପକ୍ଷରୁ ଲି ସ୍ୟୁଙ୍ଗଜୁ ୧୯ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ।

ମ୍ୟାଚର ଦ୍ୱିତୀୟ କ୍ୱାର୍ଟରର ଚତୁର୍ଥ ମିନିଟରେ କୋରିଆର ସ୍ୟୁଜୁଙ୍ଗ୍ ଗୋଲ୍ ଦେଇ ଟିମକୁ ୧-୦ରେ ଆଗୁଆ କରାଇଥିଲେ । ପ୍ରଥମାର୍ଦ୍ଧ ଖେଳ କୋରିଆ କବଜାରେ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ମହିଳା ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ୩୭ତମ ମିନିଟରେ ରାନୀ ଦମଦାର ଫିଲ୍ଡ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ । ଏହା ପରେ ଚତୁର୍ଥ କ୍ୱାର୍ଟରର ପଞ୍ଚମ ମିନିଟରେ ନବଜୋତ୍ ଭାରତ ପାଇଁ ବିଜୟସୂଚକ ଗୋଲ୍ ଦେଇଥିଲେ ।



from Odisha Reporter http://bit.ly/2WebtBi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages