ଆଇସିସି ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ଭାରତ ଓ ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଆଇସିସି ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ଭାରତ ଓ ଇଂଲଣ୍ଡ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଗୁରୁବାର ବାର୍ଷିକ ରାଙ୍କିଙ୍ଗ୍ ଅପଡେଟ୍ କରାଯାଇଛି। ସଦ୍ୟ ଘୋଷିତ ରାଙ୍କିଙ୍ଗରେ ଭାରତ ଓ ଇଂଲଣ୍ଡ ଯଥାକ୍ରମେ ଟେଷ୍ଟ ଓ ଦିନିକିଆରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

୨୦୧୫-୧୬ ସିରିଜର ଫଳାଫଳ ହଟାଇବା ପରେ ରାଙ୍କିଙ୍ଗ ଅପଡେଟ୍ କରାଯାଇଥିଲା ଏବଂ ୨୦୧୬-୧୭ ଓ ୨୦୧୭-୧୮ର ଫଳାଫଳରେ ୫୦ ପ୍ରତିଶତ ପଏଣ୍ଟ ସାମିଲ୍ କରାଯାଇଛି। ୨୦୧୯ ବିଶ୍ୱକପକୁ ଆଉ ମାସକରୁ କମ୍ ସମୟ ବାକି ରହିଲା ଏବଂ ଇଂଲଣ୍ଡ ଦିନିକିଆରେ ପ୍ରଥମ ସ୍ଥାନରେ ରହିଛି। କିନ୍ତୁ ଦ୍ୱିତୀୟ ସ୍ଥାନରେ ଥିବା ଭାରତ ଇଂଲଣ୍ଡଠାରୁ ୨ ପଏଣ୍ଟ ଦୂରରେ ଅଛି।

ଟେଷ୍ଟ ରାଙ୍କିଙ୍ଗରେ ଭାରତ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପଏଣ୍ଟ ବ୍ୟବଧାନ ୮ରୁ ୨କୁ କମିଛି। ଅପଡେଟ୍ ପୂର୍ବରୁ ଭାରତର ୧୧୬ ପଏଣ୍ଟ ଏବଂ ନ୍ୟୁଜିଲ୍ୟାଣ୍ଡର ୧୦୮ ପଏଣ୍ଟ ଥିଲା। କିନ୍ତୁ ୨୦୧୫-୧୬ରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷ ମିଳିଥିବା ବିଜୟ ହଟିବା ପରେ ଭାରତୀୟ ଟିମକୁ ତିନି ପଏଣ୍ଟର କ୍ଷତି ହୋଇଛି।

ସଦ୍ୟ ରାଙ୍କିଙ୍ଗରେ ଭାରତର ୧୧୩ ପଏଣ୍ଟ ଏବଂ ନ୍ୟୁଜିଲ୍ୟାଣ୍ଡର ୧୧୧ ପଏଣ୍ଟ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷ ମିଳିଥିବା ପରାଜୟ ହଟିବା ଦ୍ୱାରା ନ୍ୟୁଜିଲ୍ୟାଣ୍ଡକୁ ତିନି ପଏଣ୍ଟର ଲାଭ ହୋଇଛି। ତାଲିକାରେ କେବଳ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି। ଇଂଲଣ୍ଡ ୧୦୫ ପଏଣ୍ଟ ସହ ଅଷ୍ଟ୍ରେଲିଆକୁ ପଛରେ ପକାଇ ଚତୁର୍ଥ ସ୍ଥାନ କବଜା କରିଛି। ୨୦୧୫-୧୬ରେ ୫ଟିରୁ ୪ ସିରିଜ୍ ବିଜୟ ହଟିବା ଦ୍ୱାରା ଅଷ୍ଟ୍ରେଲିଆର ପଏଣ୍ଟ ୯୮କୁ ଖସି ଆସିଛି ଏବଂ ଟିମ୍ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି। ସେହିପରି ସପ୍ତମ ସ୍ଥାନରେ ଥିବା ପାକିସ୍ତାନ ଓ ଅଷ୍ଟମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବ୍ୟବଧାନ ଏବେ ୧୧ରୁ ୨ ପଏଣ୍ଟକୁ କମି ଆସିଛି।

ଦିନିକିଆ ରାଙ୍କିଙ୍ଗରେ ଇଂଲଣ୍ଡ ଶୀର୍ଷ ସ୍ଥାନ ବଜାୟ ରଖିଛି। କିନ୍ତୁ ବିଶ୍ୱକପରେ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ଇଂଲଣ୍ଡକୁ ଆୟର୍ଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଦିନିକିଆ ଜିତିବା ସହ ପାକିସ୍ତାନକୁ ୩-୨ରେ ହରାଇବାକୁ ପଡ଼ିବ। ଯଦି ଇଂଲଣ୍ଡ ଆୟର୍ଲ୍ୟାଣ୍ଡ ନିକଟରୁ ହାରିଯାଏ ଏବଂ ପାକିସ୍ତାନକୁ ୪-୧ରେ ହରାଇଦିଏ, ତଥାପି ଇଂଲିଶ ଟିମ୍ ଶୀର୍ଷରେ ରହିବ।

ଦକ୍ଷିଣ ଆଫ୍ରିକା ନ୍ୟୁଜିଲ୍ୟାଣ୍ଡକୁ ତୃତୀୟ ସ୍ଥାନରୁ ହଟାଇ ଦେଇଛି। ଅପରପକ୍ଷରେ ୱେଷ୍ଟଇଣ୍ଡିଜ୍ ଟିମ୍ ଶ୍ରୀଲଙ୍କାଠାରୁ ଆଗକୁ ଯାଇ ସପ୍ତମ ସ୍ଥାନରେ ପହଞ୍ଚିଯାଇଛି। ତେବେ କୌଣସି ଟିମ୍ ଟପ-୧୦ରୁ ବାଦ୍ ହୋଇନାହିଁ। ଏଥିପାଇଁ ବିଶ୍ୱକପରେ ବର୍ତ୍ତମାନର ସବୁ ଟିମ୍ ଭାଗ ନେବେ।

ୱାର୍ଲ୍ଡ କ୍ରିକେଟ୍ ଲିଗ୍ ଡିଭିଜନ୍-୨ ଶେଷ ହେବା ପରେ ଚାରୋଟିରୁ ୩ ଟିମକୁ ଦିନିକିଆ ଟିମର ମାନ୍ୟତା ଦିଆଯିବ ଏବଂ ଆବଶ୍ୟକ ୮ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳିବା ପରେ ରାଙ୍କିଙ୍ଗରେ ସାମିଲ୍ ହେବେ। ଏପ୍ରିଲ, ୨୦୧୮ ପୂର୍ବରୁ କିଛି ଦିନିକିଆ ମ୍ୟାଚ୍ ଖେଳିବା ଯୋଗୁ ପପୁଆ ନ୍ୟୁ ଗିନି (ପିଏନଜି)କୁ ରାଙ୍କିଙ୍ଗରେ ସାମିଲ୍ କରାଯାଇଛି। ପୂର୍ବରୁ ଦିନିକିଆ କ୍ରିକେଟର ମାନ୍ୟତା ପାଇସାରିଥିବା ନେଦରଲ୍ୟାଣ୍ଡକୁ ଦିନିକିଆ ରାଙ୍କିଙ୍ଗରେ ସାମିଲ୍ ହେବା ପାଇଁ ଆହୁରି ଦୁଇଟି ମ୍ୟାଚ୍ ଖେଳିବାକୁ ପଡ଼ିବ।



from Odisha Reporter http://bit.ly/2GPKMcu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages