ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କେଜ୍ରିଓ୍ୱାଲ ଓ ସ୍ମୃତି ଇରାନୀଙ୍କ ପୁଅ ଚମକିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କେଜ୍ରିଓ୍ୱାଲ ଓ ସ୍ମୃତି ଇରାନୀଙ୍କ ପୁଅ ଚମକିଲେ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ସିବିଏସଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପୁଅ ପୁଲକିତ କେଜ୍ରିଓ୍ୱାଲଙ୍କ ମାର୍କକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗର୍ବିତ ବୋଲି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ପୁଅ ଜୋହରର ରେଜଲ୍ଟରେ ଖୁସି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପୁଅ ପୁଲକିତ କେଜ୍ରିଓ୍ୱାଲ ୯୬.୪ ପ୍ରତିଶତ ମାର୍କ ରଖିଥିବା ମାଆ ସୁନୀତା କେଜ୍ରିଓ୍ୱାଲ ଟ୍ୱିଟ୍ କରି କହିଛନ୍ତି। ଏଥିପାଇଁ ସମସ୍ତ ଶୁଭେଛୁଙ୍କୁ ଧନ୍ୟବାଦ ଦେଇଛନ୍ତି। ୨୦୧୭ରେ ପୁଲକିତ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଯେଉଁଥିରେ ୧୦ ସିଜିପିଏ ରଖିଥିଲେ। ଦିଲ୍ଲୀ ନୋଏଡା ସେକ୍ଟର ୩୦ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠ ପଢ଼ୁଥିଲେ ପୁଲକିତ୍।

ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୁଅ ଜୋହର ଇରାନୀ ୯୧ ପ୍ରତିଶତ ମାର୍କ ରଖିଛନ୍ତି। ଯେଉଁଥିରେ ୪ଟି ବିଷୟରେ ସବୁଠୁ ଭଲ ମାର୍କ ରଖିଛନ୍ତି। ଇକୋନମିକ୍ସରେ ୯୪ ପ୍ରତିଶତ ମାର୍କ ଜୋହର ରଖିଥିବା ଇରାନୀ କହିଛନ୍ତି।

ତେବେ ମୋଟ ୫୦୦ ମାର୍କରୁ ୪୯୯ ମାର୍କ ରଖି ହଂସିକା ଶୁକ୍ଳ ଏବଂ କରିସ୍ମା ଆରୋରା ଦୁଇ ଜଣ ଚଳିତ ବର୍ଷ ସିବିଏସଇ ଟପ୍ପର ହୋଇଛନ୍ତି।

ଉଭୟ ପ୍ରଧାନମନ୍ତ୍ରୀ ଓ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।



from Odisha Reporter http://bit.ly/2IUiWz4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages