
କାର୍ଡିଫ୍: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ୍ ବର୍ଷା ଯୋଗୁ ବାତିଲ୍ ହୋଇଛି। ବାଂଲାଦେଶ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିଥାନ୍ତା। ଭାରତୀୟ ସମୟ ଅନୁଯାୟୀ, ମ୍ୟାଚ୍ ଅପରାହ୍ଣ ୩ଟା ବେଳେ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରବଳ ବର୍ଷା ଲାଗି ରହିବାରୁ ଟସ୍ ପଡ଼ିବା ସମ୍ଭବ ହୋଇନଥିଲା।
ଏହା ପରେ ବର୍ଷାର ମାତ୍ରା ବଢ଼ିବାରୁ ପିଚର ଆଉଟ୍ ଫିଲ୍ଡ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଏପରିକି ବର୍ଷା ଲାଗି ରହିବାରୁ ଅମ୍ପାୟାର ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ପରାସ୍ତ ହୋଇଥିଲା। ବାଂଲାଦେଶ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତକୁ ଭେଟିବ।
from Odisha Reporter http://bit.ly/30O14vk
No comments:
Post a Comment