ଫ୍ରେଞ୍ଚ୍ ଓପନ୍: ପ୍ରଥମ ଦିବସରେ ବଡ଼ ବିପର୍ଯ୍ୟୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଫ୍ରେଞ୍ଚ୍ ଓପନ୍: ପ୍ରଥମ ଦିବସରେ ବଡ଼ ବିପର୍ଯ୍ୟୟ

ପ୍ୟାରିସ୍: ଆଜିଠାରୁ ଆରମ୍ଭ ହୋଇଛି ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିଅନଶିପ୍ ଫ୍ରେଞ୍ଚ ଓପନ୍। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ବୃହତ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଜର୍ମାନୀର ପଞ୍ଚମ ସିଡ୍ ତଥା ଡିଫେଣ୍ଡିଂ ୱିମ୍ବଲଡନ୍ ଚାମ୍ପିଅନ୍ ଆଞ୍ଜେଲିକ୍ କେର୍ବର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

ତାଙ୍କୁ ରୁଷର ୧୮ ବର୍ଷୀୟା ଆନାସ୍ତାସିଆ ପୋଟାପୋଭା ସିଧାସଳଖ ୬-୪, ୬-୨ ସେଟରେ ହରାଇ ଏହି ବିପର୍ଯ୍ୟୟ ଘଟାଇଛନ୍ତି। ଏହିପରି ଭାବେ ୩୧ ବର୍ଷୀୟ କେର୍ବର ୬ଥର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନଶିପର ପ୍ରଥମ ରାଉଣ୍ଡରେ ପରାଜୟର ମୁହଁ ଦେଖିଛନ୍ତି। ୨୦୧୬ ଚାମ୍ପିଅନ୍ ସ୍ପେନର ଗାର୍ବିନ୍ ମୁଗୁରୁଜା ନୂଆ କୋର୍ଟରେ ଆମେରିକାର ଟେଲର ଟାଉନସେଣ୍ଡଙ୍କୁ ପରାସ୍ତ କରିଛନ୍ତି।

୧୯ତମ ସିଡ୍ ମୁଗୁରୁଜା ପ୍ରଥମ ରାଉଣ୍ଡରେ ୫-୭, ୬-୨, ୬-୨ ସେଟରେ ବିଜୟୀ ହୋଇଛନ୍ତି। କ୍ରୋଏସିଆର ୩୧ତମ ସିଡ୍ ପେଟ୍ରା ମାର୍ଟିକ୍ ପ୍ରଥମ ରାଉଣ୍ଡରେ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ୬-୧, ୬-୨ ସେଟରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।



from Odisha Reporter http://bit.ly/2VS0bhV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages