
ଲିମା: ପେରୁରେ ୮.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଲିମା ସହରର ବାସିନ୍ଦା ଘରୁ ବାହାରି ଖୋଲା ସ୍ଥାନକୁ ଦୌଡ଼ିବାକୁ ବାଧ୍ୟ ହୋଇଥିଲେ। ଭୂକମ୍ପ ପରେ ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଲିମା ସହରର ୧୧୦ କିଲୋମିଟର ଦୂରରେ ଏହା ସୃଷ୍ଟି ହୋଇଥିଲା। ତେବେ ଜନଜୀବନ ହାନି ନେଇ କୌଣସି ସୂଚନା ତୁରନ୍ତ ହସ୍ତଗତ ହୋଇନାହିଁ।
ସ୍ଥାନୀୟ ସମୟ ସକାଳ ୭ଟା ବେଳେ ଏହି ଝଟ୍କା ଅନୁଭୂତ ହୋଇଥିଲା। ବ୍ରାଜିଲ ସୀମାରେ ଥିବା ଆମାଜନ୍ ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ତେବେ କିଛି କ୍ଷୟକ୍ଷତି ନିଶ୍ଚୟ ହୋଇଛି ଏବଂ ଜୀବନ ହାନି ମଧ୍ୟ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ସମ୍ପର୍କିତ ସବିଶେଷ ତଥ୍ୟ ଏଯାଏ ଜଣାପଡ଼ିନାହିଁ। ଲୋକେ ଘରକୁ ଫେରିବାକୁ ମଧ୍ୟ ଡରୁଥିବା ସୂଚନା ଦେଇଛନ୍ତି ଲାଗୁନାସ୍ର ମେୟର ଆରି ପେଜୋ।
ପେରୁ ରାଷ୍ଟ୍ରପତି ମାର୍ଟିନ୍ ଭିଜ୍ସାରା ନାଗରିକଙ୍କୁ ଶାନ୍ତ ରହିବାକୁ ଆହ୍ୱାନ କରିବା ସହ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି।
from Odisha Reporter http://bit.ly/2QqUpTh
No comments:
Post a Comment