ନାବାଳିକା ବିବାହ ବନ୍ଦ କରିବାକୁ ଯାଇ ହଟହଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ନାବାଳିକା ବିବାହ ବନ୍ଦ କରିବାକୁ ଯାଇ ହଟହଟା

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଜଣେ ନାବାଳିକାଙ୍କ ବିବାହକୁ ଅଟକାଇବାକୁ ଯାଇ ଚାଇଲଡ୍‌ ଲାଇନ୍‌ କର୍ମକର୍ତ୍ତା ଓ ପୁଲିସ ହଟହଟା ହୋଇଛନ୍ତି। ନାବାଳିକାଙ୍କୁ ଉଦ୍ଧାର କରିବା ବେଳେ ପରିବାର ଲୋକେ ବିରୋଧ କରିବା ସହିତ ସେମାନଙ୍କ ଗାଡ଼ିକୁ ଅଟକାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରୁ।

କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଜଣେ ଯୁବକ ଚୌଦ୍ୱାର ଅଞ୍ଚଳର ଜଣେ ନାବାଳିକାଙ୍କୁ ଶିବ ମନ୍ଦିରରେ ବିବାହ କରିବାକୁ ଯାଉଥିଲେ। ଏ ସମ୍ପର୍କରେ ଖବର ପାଇ ଚାଇଲ୍‌ଡ ଲାଇନ୍‌ର କର୍ମକର୍ତ୍ତା, ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳିକାଙ୍କୁ ଉଦ୍ଧାର କରି ଗାଡ଼ିରେ ବସାଇବା ବେଳେ ପରିବାର ଲୋକେ ଓ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏପରିକି ଗାଡ଼ିରୁ ନାବାଳିକାଙ୍କୁ ଜୋରଜବରଦସ୍ତ ନେଇ ବିବାହ କରାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଚାଇଲ୍ଡ଼ ଲାଇନ ପକ୍ଷରୁ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି।

ତେବେ ଏ ସମ୍ପର୍କରେ ସଂପୃକ୍ତ ନାବାଳିକା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।



from Odisha Reporter http://bit.ly/30HLcLb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages