ବିରାଟଙ୍କ ଭୂମିକାକୁ ନେଇ ଏମିତି କହିଲେ ସଚିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ବିରାଟଙ୍କ ଭୂମିକାକୁ ନେଇ ଏମିତି କହିଲେ ସଚିନ

ନୂଆଦିଲ୍ଲୀ: ଲଗାତାର ଭଲ ପ୍ରଦର୍ଶନ କରି ନୂଆ ରେକର୍ଡ କରିଚାଲିଥିବା ଅଧିନାୟକ ବିରାଟ କୋହଲି ବିଶ୍ୱକପରେ ଭାରତ ପାଇଁ ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହେବେ। ବିରାଟଙ୍କ ଉପରେ ଭାରତ ସର୍ବଦା ନିର୍ଭରଶୀଳ ହୋଇଆସିଛି। ତେଣୁ ବିଶ୍ୱକପରେ ମଧ୍ୟ ବିରାଟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ ଚାମ୍ପିଅନ୍ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ମତରେ, ବିରାଟ ଏକାକୀ ଭାରତକୁ ବିଶ୍ୱକପ୍ ଜିତାଇ ପାରିବେ ନାହିଁ। ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କୁ ସହଯୋଗ କରିବା ଦରକାର ବୋଲି ସଚିନ କହିଛନ୍ତି।

୧୯୯୬, ୧୯୯୯ ଓ ୨୦୦୩ ବିଶ୍ୱକପରେ ଭାରତ ସଚିନଙ୍କ ଉପରେ ନିର୍ଭର କରୁଥିଲା। ଚଳିତ ବିଶ୍ୱକପରେ ମଧ୍ୟ ବିରାଟଙ୍କ ଉପରେ ଅତିରିକ୍ତ ଚାପ ରହିବା ସ୍ୱାଭାବିକ। ଏହାକୁ ନେଇ ସଚିନ କହିଛନ୍ତି, “ପ୍ରତି ମ୍ୟାଚରେ ଭଲ ପ୍ରଦର୍ଶନ କରୁଥିବା କିଛି ନା କିଛି ଖେଳାଳି ଥାଆନ୍ତି। କିନ୍ତୁ ପୂରା ଟିମ୍‌ର ସହଯୋଗ ବିନା ଜଣେ କିଛି ବି କରିପାରିବ ନାହିଁ। ଜଣେ ଖେଳାଳିଙ୍କ ଦମରେ ବିଶ୍ୱକପ୍ ଜିତି ହେବ ନାହିଁ। ଯଦି ଅନ୍ୟ ଖେଳାଳିମାନେ କିଛି ନା କିଛି ଯୋଗଦାନ କରିବେ, ତାହେଲେ ଏହା ସମସ୍ତଙ୍କ ପାଇଁ ଉପଯୋଗୀ ହେବ।”

ବର୍ତ୍ତମାନ ଭାରତ ପାଇଁ ବଡ଼ ସମସ୍ୟା ହେଉଛି ଚତୁର୍ଥ ସ୍ଥାନ। ଏହି ସ୍ଥାନରେ କିଏ ବ୍ୟାଟିଂ କରିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ। ସଚିନଙ୍କ ମତରେ, ଏହି ସ୍ଥାନ ପାଇଁ ଭାରତ ପାଖରେ ଅନେକ ବିକଳ୍ପ ଉପଲବ୍ଧ ଅଛନ୍ତି। କିନ୍ତୁ ମ୍ୟାଚର ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ। ଆମ ପାଖରେ ଏଭଳି ଖେଳାଳି ଅଛନ୍ତି, ଯିଏ ଏହି କ୍ରମରେ ବ୍ୟାଟିଂ କରିପାରିବେ। ଟିମରେ ସାମିଲ୍ ପ୍ରାୟ ସବୁ ଖେଳାଳିଙ୍କ ପ୍ରଚୁର କ୍ରିକେଟ୍ ଖେଳିବାର ଅଭିଜ୍ଞତା ରହିଛି, ତେଣୁ ସେମାନଙ୍କୁ ଯେଉଁ ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିବ, ସେମାନେ ସଫଳ ହେବେ ବୋଲି ସଚିନ କହିଛନ୍ତି।

ତେବେ ଦିନିକିଆ କ୍ରିକେଟରେ ବ୍ୟାଟ୍ସମ୍ୟାନ୍ ଭୂମିକା ବଢ଼ିବା ନେଇ ସଚିନ ଚିନ୍ତାପ୍ରକଟ କରିଛନ୍ତି। ସଚିନ କହିଛନ୍ତି, ବର୍ତ୍ତମାନ ସବୁ ପିଚ୍ ଫ୍ଲାଟ୍ ରହୁଛି। ଏଭଳି ପିଚରେ ବୋଲର ନୂଆ ବଲରେ ସୁଇଂ କରିବା ବଦଳରେ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ନିକଟରେ ଇଂଲଣ୍ଡ ଓ ପାକିସ୍ତାନ ସିରିଜର ପ୍ରତି ମ୍ୟାଚରେ ୩୦୦ରୁ ଅଧିକ ରନ୍ ହୋଇଛି। ସେଠାରେ ୩୫୦ ରନର ବିଶାଳ ଲକ୍ଷ୍ୟକୁ ମଧ୍ୟ ୪୫ ଓଭରରେ ହାସଲ କରିହେଉଛି। ତେଣୁ ଏହାକୁ ଦେଖି ଲାଗୁଛି ଯେ, ବର୍ତ୍ତମାନ କ୍ରିକେଟ୍ ପିଚ୍ ସମ୍ପୂର୍ଣ୍ଣ ଭାବେ ବ୍ୟାଟିଂ ଉପଯୋଗୀ ହେବାରେ ଲାଗିଛି। ଆଇସିସି ଏହା ଉପରେ ଗୁରୁତର ସହ ବିଚାର କରୁ ବୋଲି ସଚିନ କହିଛନ୍ତି।



from Odisha Reporter http://bit.ly/30CLzXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages