ରି-ପବ୍ଲିକ ଜନ୍ କୀ ବାତ୍ ସର୍ଭେ: ଓଡ଼ିଶାର ଏହି ସବୁ ଆସନରେ ଜିତିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ରି-ପବ୍ଲିକ ଜନ୍ କୀ ବାତ୍ ସର୍ଭେ: ଓଡ଼ିଶାର ଏହି ସବୁ ଆସନରେ ଜିତିବ ବିଜେପି

ନୂଆଦିଲ୍ଲୀ: ଭୋଟ୍ ଗଣତି ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ରି-ପବ୍ଲିକ ଜନ୍ କୀ ବାତ୍ ପକ୍ଷରୁ ଏକଜିଟ୍‌ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। ପୂର୍ବରୁ ଜନ୍‌ କୀ ବାତ୍‌ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୨ଟି, ଶାସକ ବିଜେଡି ୮ଟି ଓ କଂଗ୍ରେସ ଗୋଟିଏ ଆସନ ଜିତିବ ବୋଲି ଆକଳନ କରିଥିଲା। ଏବେ ସଂସ୍ଥା ପକ୍ଷରୁ କେଉଁ କେଉଁ ଲୋକସଭା ଆସନରେ ବିଜେପି, କଂଗ୍ରେସ ଓ ବିଜେଡି ଜିତିବେ, ସେକଥା କହିଛି।

ବିଜେପି: ବଲାଙ୍ଗିର, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦ୍ରାପଡ଼ା, କୋରାପୁଟ୍‌, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଓ ଢେଙ୍କାନାଳ।

କଂଗ୍ରେସ: ନବରଙ୍ଗପୁର।

ବିଜେଡି: ବରଗଡ଼, ଭଦ୍ରକ, ଯାଜପୁର, କନ୍ଧମାଳ, କଟକ, ଜଗତସିଂହପୁର, ଆସ୍କା, ବ୍ରହ୍ମପୁର।

୨୦୧୪ରେ ବିଜେଡି ୨୧ଟି ଲୋକସଭା ଆସନରୁ ୨୦ଟିରେ ଜିତିଥିବା ବେଳେ ବିଜେପି କେବଳ ଗୋଟିଏ ଆସନରେ ଜିତିଥିଲା। ହେଲେ ଏବେ ଓଡ଼ିଶାରେ ମୋଦି ୱେଭ୍‌ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ସି-ଭୋଟର୍‌ ସର୍ଭେ ଅନୁଯାୟୀ, ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟ କାଣ୍ଟେକା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଇଛି। ଏହି ସଂସ୍ଥା ବିଜେପି ୧୦ଟି ଓ ବିଜେଡି ୧୧ଟି ଆସନ ଜିତିବ ବୋଲି କହିଛି। ସେହିପରି କଂଗ୍ରେସ ୨୦୧୪ ପରି ଏଥର ମଧ୍ୟ ଖାତା ଖୋଲିପାରିବ ନାହିଁ ବୋଲି ସଂସ୍ଥା ଆକଳନ କରିଛି।



from Odisha Reporter http://bit.ly/2WmJ0ZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages