ସଲ୍‌ମାନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ କ୍ୟାଟ୍ରିନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ସଲ୍‌ମାନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ କିନ୍ତୁ କ୍ୟାଟ୍ରିନାଙ୍କ ଲାଗି ‘ମେରି ଜାନ’। ଏକଥା ଖୋଦ କହିଥିଲେ ସଲମାନ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଉଭୟଙ୍କ ବିବାହ ନେଇ ଆରମ୍ଭ ହୋଇଛି ଗସିପ୍‌।  ୫୦ଟି ଫଗୁଣ ଅତିକ୍ରମ କରି ସାରିଥିବା ସଲମାନ ଏବେ ମଧ୍ୟ ବଲିଉଡ଼ର ମୋଷ୍ଟ ଇଲିଜିବୁଲ୍‌ ବ୍ୟାଚଲର। ଆଉ ସବୁବେଳେ ତାଙ୍କ ଫିଲ୍ମ ସହ ବିବାହ   ମଧ୍ୟ ଥାଏ ଚର୍ଚ୍ଚାରେ।  କେବେ ଓ କାହାକୁ ବିବାହ କରିବେ ବୋଲି ସବୁବେଳେ ଫ୍ୟାନ୍ସମାନେ ମଧ୍ୟ ପ୍ରଶ୍ନ କରିଥାନ୍ତି।

ଏବେ କିନ୍ତୁ ସଲ୍‌ମାନଙ୍କ ବାହାଘର ପାଇଁ ପ୍ରସ୍ତାବ ଆସିସାରିଛି। ଆଉ ଏହି ବାହାଘର  ପ୍ରସ୍ତାବ ଦେଇଛନ୍ତି ଖୋଦ ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଛି କି? ତାହାଲେ ପୂରା ଘଟଣା କ’ଣ ପଢ଼ନ୍ତୁ।

କ୍ୟାଟ୍ରିନା ସଲ୍‌ମାନ୍‌ଙ୍କୁ ରିୟଲ୍‌ ଲାଇଫ୍‌ରେ ନୁହେଁ ରିଲ୍‌ ଲାଇଫ୍‌ରେ ଏହି ପ୍ରସ୍ତାବ ଦେଇଛନ୍ତି। ସଲ୍‌ମାନ ଏବଂ କ୍ୟାଟ୍ରିନା ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସୋଶାଲ୍‌ ମିଡିଆରେ ମଧ୍ୟ ଏହାର ପ୍ରମୋସନ୍‌ ଖୁବ୍‌ ଜୋର୍‌ ସୋର୍‌ରେ ଚାଲିଛି।

ତେବେ ଏହି ଫିଲ୍ମକୁ ନେଇ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ କ୍ୟାଟ୍ରିନା ସଲ୍‌ମାନଙ୍କୁ ବାହା ହେବା ପାଇଁ ପ୍ରସ୍ତାବ ଦେଉଛନ୍ତି।

ଦେଖନ୍ତୁ ସେହି ଭିଡିଓ

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ସଲ୍‌ମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ’ ୫ ଜୁନ୍‌ରେ ରିଲିଜ୍‌ ହେବ। ପୂର୍ବରୁ ଏହି ଦୁଇଜଣଙ୍କ ଯୋଡ଼ି ସୁପର୍‌ହିଟ୍‌ ହୋଇଥିବା ବେଳେ ଏବେ ପୁଣି ଥରେ ସିନେମା ହଲ୍‌ରେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ କରିବାକୁ ଯାଉଛନ୍ତି। ଫିଲ୍ମରେ ସଲ୍‌ମାନ୍‌, କ୍ୟାଟ୍ରିନାଙ୍କ ସହ ତବୁ, ଜ୍ୟାକି ଶ୍ରଫ୍‌, ଦିଶା ପଟାନି, ସୁନିଲ୍‌ ଗ୍ରୋବରଙ୍କ ଭଳି ବହୁ କଳାକାର ଅଛନ୍ତି।

 



from Odisha Reporter http://bit.ly/2VUmXW9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages