କାର୍‌-ବାଇକ୍‌ ଧକ୍କା, ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କାର୍‌-ବାଇକ୍‌ ଧକ୍କା, ଜଣେ ମୃତ

accident

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଙ୍ଗନଦୀ ବ୍ରିଜ୍‌ ଉପରେ ଆଜି ସକାଳେ କାର୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।  ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଶୁକ୍ରୁ ସାହୁ(୫୫)। ଆହତ ଯୁବକଙ୍କ ନାଁ ଭକ୍ତ ନାୟକ(୨୨)।

ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ର ସାହୁଙ୍କ ମୃତ୍ୟୁ ଘଟିଛି।accident

ବରଗଡ଼ରୁ ଏକ କାର୍‌ ବଲାଙ୍ଗିର ଆସୁଥିଲା। ଏହି ସମୟରେ ବଲାଙ୍ଗିର ଅଭିମୁଖେ ଯାଉଥିବା ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ ଆରୋହୀଙ୍କ ଗୋଡର ହାଡ଼ ବାହାରିଯାଇ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାରଙ୍ଗପାଲିରେ ବୋଲି ଜଣାପଡ଼ିଛି ।

ଖବର ପାଇ ଲୋଇସିଂହା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଓ ବାଇକ୍‌କୁ ଜବତ କରିଛି। ଏଥିସହ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/30JUvKr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages