
ପାଟନା: ଚଳିତ ସାଧାରଣ ନିର୍ବାଚନ ଶେଷ ହେବା ପାଇଁ ବାକି ରହିଛି ୨ଟି ପର୍ଯ୍ୟାୟ ନିର୍ବାଚନ। ଏହାରି ଭିତରେ ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିର ସହଯୋଗୀ ଦଳ ଜେଡିୟୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛି। ଯଦି ଜେଡିୟୁ ୧୫ଟିରୁ ଅଧିକ ଆସନରେ ବିଜୟ ହୁଏ, ତାହେଲେ ଚଳିତଥର ବିହାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବା ଏକ ପ୍ରକାର ସ୍ପଷ୍ଟ ବୋଲି ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ କହିଛନ୍ତି। ତେବେ ଏ ନେଇ ବିହାର ବିଜେପି ନେତା ଏଯାଏ ପ୍ରତିକ୍ରିୟା ରଖି ନାହାନ୍ତି। ବିହାରରେ ୪୦ ଲୋକସଭା ଆସନରୁ ଏନଡିରେ ସାମିଲ ଥିବା ଦଳ ବିଜେପି ୧୭ଟି, ଜେଡିୟୁ ୧୭ଟି ଏବଂ ଅନ୍ୟାନ୍ୟ ଦଳ ୬ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି।
ବିହାରରେ ଜେଡିୟୁ-ବିଜେପି ମେଣ୍ଚ ସରକାର କ୍ଷମତାକୁ ଆସିବା ପରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ କଥା ଆଉ ଉଠାଇନଥିଲା ସହଯୋଗୀ ଶାସକ ଦଳ ଜେଡିୟୁ। କିନ୍ତୁ ବିଭିନ୍ନ ସର୍ଭେ ରିପୋର୍ଟ ଓ ନିକଟରେ ବିଜେପି ନେତା ରାମମାଧବ ଏକ ସାକ୍ଷାତକାରରେ କହିଥିଲେ ବିଜେପି ୨୦୧୪ ଭଳି ଜନାଦେଶ ପାଇବ ନାହିଁ ବୋଲି ଆଶା କରାଯାଉଛି। ଏହାକୁ ନଜରରେ ରଖି ସହଯୋଗୀ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କଥା ଉଠାଇଥିବା ଜଣାପଡ଼ିଛି।
from Odisha Reporter http://bit.ly/2H8BdGW
No comments:
Post a Comment