
ସମ୍ୱଲପୁର(ସମୀର ଷଢ଼ଙ୍ଗୀ):ସମ୍ୱଲପୁର ଜେଲ ଛକ ନିକଟ ଡ୍ରେନ୍ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଟିକେଲାଲ୍ ଭୋଇ। ତାଙ୍କ ଘର ସମ୍ୱଲପୁରରେ ବୋଲି ଜଣାପଡ଼ିଛି।
ଗତ ତିନି ଦିନ ହେବ ସେ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଆଜି ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ଟିକେଲାଲ୍ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଧନୁପାଲି ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2Yg7fGw
No comments:
Post a Comment