କଂଗ୍ରେସର ଇଜ୍ଜତ ରଖିଦେଲେ ସପ୍ତଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

କଂଗ୍ରେସର ଇଜ୍ଜତ ରଖିଦେଲେ ସପ୍ତଗିରି

saptagiri

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରିଛି ନିର୍ବାଚନ। ଫଳାଫଳ ଜାଣି ସାରିଛନ୍ତି ଜନତା। ବିଜେପି ଶିବିରରେ ଏଣିକି ଖୁସିର ଲହରୀ ଖେଳୁଥିବା ବେଳେ ଖାଁ ଖାଁ ଲାଗୁଛି କଂଗ୍ରେସ ଭବନ। ଦଳକୁ ପ୍ରତ୍ୟାଖାନ କରିଛନ୍ତି ଜନତା। ୨୦୧୪ ନିର୍ବାଚନଠାରୁ ଅଧିକ ଭୋଟ୍‌ ହାର ସହ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ଥତି ଆହୁରି ବିଗିଡ଼ି ଯାଇଛି। ଗତ ସାଧାରଣ ନିର୍ବାଚନରେ ୧୬ଟି ବିଧାୟକ ଆସନ ଜିତିଥିବା କଂଗ୍ରେସ ଏଥର ୯ ଜଣ ବିଧାୟକରେ ସୀମିତ ହୋଇଯାଇଛି। ସାଂସଦ ପ୍ରାର୍ଥୀଙ୍କ କଥା ନ କହିବା ଭଲ। ତେବେ ଲୋକସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲି ପାରି ନ ଥିବା ବେଳେ ବିଳମ୍ବିତ ସନ୍ଧ୍ୟାରେ କୋରାପୁଟରୁ ସପ୍ତଗିରି ଉଲାକାଙ୍କ ବିଜୟ କଂଗ୍ରେସ ପାଇଁ ମୃତସଞ୍ଜିବନୀ ସଦୃଶ ହୋଇଛି।

କାଲି ଭୋଟ ଗଣନା ଚାଲିଥିବା ସମୟରେ ବିଜେପି ଓ ବିଜେଡିର ଚର୍ଚ୍ଚା ଦିନତମାମ୍‌ ରହିଥିବା ବେଳେ ସନ୍ଧ୍ୟାରେ ଖାତା ଖୋଲିଥିଲା କଂଗ୍ରେସ। ହଠାତ୍‌ ଖବର ଆସିଥିଲା, ପୂର୍ବତନ କଂଗ୍ରେସ ନେତା ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଭୋଟ ଗଣନାରେ ଆଗୁଆ ଚାଲୁଛନ୍ତି। ସମଗ୍ର ଦେଶ ଓ ରାଜ୍ୟରେ ଦଳର ସ୍ଥିତି ଯାହା, ସେଥିରେ ବିଜୟ ପଥରେ ଅଗ୍ରସର ହେବା ତାଙ୍କ ପାଇଁ କାଠିକର ପାଠ ହେବ ବୋଲି ସମସ୍ତେ ଆଶଙ୍କା କରିଥିଲେ। କିନ୍ତୁ ହାରୁ ହାରୁ ଜିତିଗଲେ ସପ୍ତଗିରି।
କଂଗ୍ରେସର ବୁଡ଼ି ଯାଉଥିବା ନୌକାରେ ସେ ନିର୍ବାଚନୀ ବୈତରଣୀ ପାର୍ ହେଲେ। ତାଙ୍କ ପାଇଁ କଂଗ୍ରେସ ଦଳ ରାଜ୍ୟରେ ଇଜ୍ଜତ ହରାଉ ହରାଉ ବଞ୍ଚିଗଲା।

saptagiri1୨୦୧୯ ନିର୍ବାଚନରେ ଏକମାତ୍ର ସାଂସଦ ଭାବେ ଓଡ଼ିଶା କଂଗ୍ରେସର ପ୍ରତିନିଧିତ୍ୱ କରି ଲୋକସଭାକୁ ଯାଉଛନ୍ତି ସପ୍ତଗିରି। ଦୀର୍ଘବର୍ଷ ଧରି କଂଗ୍ରେସ କବ୍‌ଜାରେ ଥିବା କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀକୁ ବିଜେଡି ଗତ ୨ଟି ସାଧାରଣ ନିର୍ବାଚନରେ ଦଖଲ କରି ନେଇଥିଲା। ହେଲେ ଏଥର କଂଗ୍ରେସର ପୂର୍ବ ଗୌରବ ଫେରିଛି। କଂଗ୍ରେସ ଗଡ଼ରେ ବିଜୟ ପତାକା ଉଡ଼ାଇଛନ୍ତି ସପ୍ତଗିରି। ପିତା ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କ ଏହି ବିଜୟ କଂଗ୍ରେସ ପାଇଁ ମୃତ୍ୟୁ ସଞ୍ଜିବନୀ ହୋଇଥିବା ବେଳେ ବିଜେଡି ଏଠାରୁ ହାରିବା ପଛର କାରଣ ଖୋଜୁଛି।

ବିଜୁ ବ୍ରାଣ୍ଡ ଆଉ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ନେଇ ମଇଦାନକୁ ଓହ୍ଲାଇଥିବା ବିଜେଡି ଏବେ ଚିନ୍ତାରେ। ଦଳ ପୂର୍ବତନ ମନ୍ତ୍ରୀ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟାଙ୍କୁ ଏଠାରେ ପ୍ରାର୍ଥୀ କରି ବିଜେପିର ଜୟରାମ ପାଙ୍ଗି ଓ କଂଗ୍ରେସର ସପ୍ତଗିରିଙ୍କୁ ଚେକ୍‌ ଦେବାକୁ ବସିଥିବା ବେଳେ ତାହା ଫସର ଫାଟିଛି। ପ୍ରଥମ ପ୍ରଥମେ ଗଣନା ସମୟରେ କୌଶଲ୍ୟା ଆଗରେ ଥିବା ବେଳେ ହଠାତ୍‌ ସମୀକରଣ ବଦଳି ଯାଇଥିଲା। ଏଣୁ ବିଜେଡିର ମହିଳା କାର୍ଡ ଏଠାରେ କାମ ଦେଲାନାହିଁ ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2W38BI4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages