ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ଥର ପାଇଁ ବିଜେଡି ସରକାର ଗଠନ କରିବାକୁ ଯାଉଛି। ତେବେ ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ତେବେ ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପ୍ରଦର୍ଶନୀ ପଡ଼ିଆରେ ୩୦ ପ୍ଲାଟୁନ ଫୋର୍ସ ସହ ୧୦୦ ଅଫିସର ମୁତୟନ ହୋଇଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଏକ ଓ ଦୁଇ ନମ୍ବର ଗେଟରେ ସ୍ୱତନ୍ତ୍ର ଅତିଥିମାନେ ପ୍ରବେଶ କରିବାର ବ୍ୟବସ୍ଥା ରହିଛି। ୩ ନମ୍ବର ଗେଟ୍ରେ ସାଂସଦ ଓ ବିଧାୟକମାନେ ପ୍ରବେଶ କରିବେ।୪ ନମ୍ବର ଗେଟ୍ରେ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନେ ପ୍ରବେଶ କରିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଅନେକ ଅତିଥି ଆସି ପହଞ୍ଚିଗଲେଣି।
from Odisha Reporter http://bit.ly/2JJ5Oxl
No comments:
Post a Comment