ଜୟପୁର( ଟି. ଗୌରି ଶଙ୍କର): କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ପାରାବେଡ଼ାର ଏକ ସପିଂ ମଲ୍ ସାମ୍ନା ଅଳିଆଗଦାରୁ ନବଜାତ ପୁତ୍ର ସନ୍ତାନର ମୃତଦେହ ଉଦ୍ଧାର କରାଯାଇଛି। ଏହି ଶିଶୁଟି କାହାର ଓ ଏପରି ଅବସ୍ଥାରେ କିପରି ଏଠାକୁ ଆସିଲା ସେ ସମ୍ପର୍କରେ କିଛି ଜଣାପଡି ନାହିଁ। ନବଜାତ ପୁତ୍ର ସନ୍ତାନ ହୋଇଥିବାରୁ ତାକୁ କିଏ କ’ଣ ପାଇଁ ଫୋପାଡିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ଆଜି ସକାଳେ ଅଳିଆ ଗଦାରେ ଶିଶୁଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଜନ୍ମ ପରେ ଶିଶୁ ପୁତ୍ରଟିକୁ କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2KbOiRu
No comments:
Post a Comment