ମୋଦିଙ୍କ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ ତାଲିକାରେ ନାହିଁ ପାକିସ୍ତାନର ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ମୋଦିଙ୍କ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ ତାଲିକାରେ ନାହିଁ ପାକିସ୍ତାନର ନାଁ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନସମର୍ଥନ ପାଇଁ ପୁଣିଥରେ କ୍ଷମତା ଦଖଲ କରିଥିବା ଏନ୍‌ଡିଏ ଆସନ୍ତା ୩୦ ତାରିଖରେ ସରକାର ଗଠନ କରିବ। ୩୦ ତାରିଖ ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହି ଶପଥ ପାଠ ଉତ୍ସବରେ ଦେଶ ବିଦେଶର ବହୁ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ‘ବିମଷ୍ଟେକ’ (BIMSTEC) ରାଷ୍ଟ୍ରର ମୁଖ୍ୟମାନେ ରହିଛନ୍ତି। ଏହାବାଦ୍ ଅନ୍ୟ ୮ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଉତ୍ସବରେ ଯୋଗଦେବେ। ତେବେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ନାଁ ନିମନ୍ତ୍ରଣ ତାଲିକାରେ ନଥିବା ଜଣାପଡ଼ିଛି।

ଆଜି ଭାରତ ପକ୍ଷରୁ ‘ବିମଷ୍ଟେକ’ ସହ ଅନ୍ୟ ୮ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ‘ବିମଷ୍ଟେକ’ରେ ଭାରତ ସମେତ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆର ୭ଟି ରାଷ୍ଟ୍ର ରହିଛନ୍ତି।

ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ନେପାଳ ଓ ଭୁଟାନ ରହିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ବ୍ୟତୀତ ଭାରତ ସରକାର ଆଜି କିର୍ଗିଜସ୍ତାନର ରାଷ୍ଟ୍ରପତି ଓ ମରିସସର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ୨୦୧୪ରେ ମୋଦି ପ୍ରଥମଥର ଶପଥ ନେବା ବେଳେ ସାର୍କ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିଲେ।

ମୋଦିଙ୍କ ଶପଥ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ଆନ୍ଧ୍ରପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2WpKSkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages