
ନୂଆଦିଲ୍ଲୀ: ମ୍ୟୁନିକରେ ଚାଲିଥିବା ଆଇଏସଏସଏଫ୍ ୱାର୍ଲ୍ଡ କପରେ ଭାରତୀୟ ଶୁଟରମାନେ କମାଲ୍ କରିଛନ୍ତି। ଅପୂର୍ବୀ ଚାନ୍ଦେଲା ଓ ସୌରଭ ଚୌଧୁରୀଙ୍କ ପରେ ଭାରତର ଆଉ ଜଣେ ଶୁଟର୍ ରାହି ସାର୍ନୋବତ୍ ୨୫ ମିଟର୍ ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି।
ସୋମବାର ଅନୁଷ୍ଠିତ ଏହି ଇଭେଣ୍ଟର ଫାଇନାଲରେ ରାହି ୩୭ ସ୍କୋର ସହ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ଏହି ଇଭେଣ୍ଟରେ ୟୁକ୍ରେନର ଓଲିନା କୋସ୍ତେଭିଚ୍ ୩୬ ସ୍କୋର ସହ ରୌପ୍ୟ ଏବଂ ବୁଲଗେରିଆର ଆଣ୍ଟୋନେଟା ବୋନେଭା ୨୬ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
ତେବେ ଏହି ଇଭେଣ୍ଟରେ ଭାଗ ନେଇଥିବା ଭାରତର ଅନ୍ୟତମ ଷ୍ଟାର୍ ଶୁଟର ମନୁ ଭାକରଙ୍କୁ ଝଟକା ଲାଗିଛି। ମନୁ ଫାଇନାଲରେ ୨୧ ସ୍କୋର ସହ ପଞ୍ଚମ ସ୍ଥାନରେ ରହି ଅଲିମ୍ପିକ୍ସ ଟିକେଟରୁ ବଞ୍ଚିତ ହୋଇଛନ୍ତି।
from Odisha Reporter http://bit.ly/2JJl0ui
No comments:
Post a Comment