ଦୁର୍ଘଟଣାରେ ଗଲା ଦୁଇ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଦୁର୍ଘଟଣାରେ ଗଲା ଦୁଇ ଜୀବନ

accident

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପୃଥକ୍‌ ପୃଥକ୍‌ ଦୁର୍ଘଟଣାରେ ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କୋରଡ଼ା ନିକଟ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେ ପ୍ରାଣ ହରାଇଥିଲେ। ମୃତକ ହେଲେ ମୁଦୁରାଙ୍ଗ ଗାଁର ଯୋଗେନ୍ଦ୍ର ନାଏକ।

ଯୋଗେନ୍ଦ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

ସେହିପରି  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖିଲାମୁଣ୍ଡା ନିକଟରେ ଟ୍ରକ ଧକ୍କାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଶୋଭା ଗାଙ୍ଗଡ଼ା। ଏକ ବସ୍‌ରୁ ଓହ୍ଲାଇ ରାସ୍ତା ପାର ହେଉଥିବାବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୁନିଗୁଡ଼ା ଓ ବାଲିଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍‌ ଟ୍ରକ୍‌ ଡ୍ରାଇଭରକୁ ଅଟକ ରହିଛି। ଏଥିସହ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2W3ZS7B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages