ପୁଲଓ୍ୱାମାରେ ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ପୁଲଓ୍ୱାମାରେ ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ପୁଲଓ୍ୱାମାର ଡଲିପୋରାର ଗୋଟିଏ ଘର ଭିତରେ ଦୁଇ ଆତଙ୍କବାଦୀ ଲୁଚି ରହିଥିଲେ। ସୁରକ୍ଷାକର୍ମୀ ଏ ନେଇ ସୂଚନା ପାଇବା ପରେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇଥିଲେ। ପରେ ସେନା ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହାପରେ ସେନା ପକ୍ଷରୁ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିବା ସୂଚନା ରହିଛି। ଏଥିସହ ୨ ଜଣ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ରହିଛି।

ସିଆରପିଏଫ, ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ମିଳିତ ଭାବରେ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ ଚଳାଇଥିବା ଜଣାପଡ଼ିଛି। ଏଥିସହ ମୋବାଇଲ୍‌ ଇଣ୍ଟରନେଟ୍ ସେବା ଉପରେ ସାମୟିକ ଭାବେ ରୋକ ଲଗାଯାଇଥିବା ସୂଚନା ମିଳିଛି।



from Odisha Reporter http://bit.ly/2VsfCNp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages