ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍।
ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ଫିରୋଜଙ୍କ ପ୍ରେମିକା। ଏଥିପାଇଁ ପ୍ରେମିକାଙ୍କୁ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଓ ତାଙ୍କ ସାଙ୍ଗ ହାଇଦର ମିଶି ଏଏମୟୁର ଅସ୍ଥାୟୀ କର୍ମଚାରୀ ଇରସାଦଙ୍କୁ ଆର୍ଥିକ ପ୍ରଲୋଭନ ସହ ସ୍ଥାୟୀ ଚାକିରିର ପ୍ରତିଶ୍ରୁତି ଦେଇଥିଲେ। ତେବେ ଇରସାଦ ଭୁଲ ପ୍ରଶ୍ନପତ୍ର ଆଣି ଫିରୋଜଙ୍କୁ ଦେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଫିରୋଜଙ୍କ ପ୍ରେମିକା ଆଉ ଫିରୋଜଙ୍କ ସହ କଥା ହେଉନଥିବା ଜଣାପଡ଼ିଛି।
ଏବେ ଇରସାଦ୍, ଫିରୋଜ ଓ ହାଇଦର ଗିରଫ ହୋଇ ଜେଲରେ ଅଛନ୍ତି। ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛି, ଫିରୋଜ ୨ ହଜାର ଟଙ୍କାରେ ଏମବିଏ ପ୍ରଶ୍ନପତ୍ର ବିକ୍ରି କରୁଥିଲା। ଏମିତିକି ଏମବିଏ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ପାଇଁ ଫିରୋଜ ଏକ ହ୍ୱାଟସଆପ୍ ଗ୍ରୁପ ତିଆରି କରିଥିଲା ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2M96a1Z
No comments:
Post a Comment