କଂଗ୍ରେସ ସଙ୍କଟ: ରାହୁଲଙ୍କୁ ବୁଝାଉଛନ୍ତି ବରିଷ୍ଠ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

କଂଗ୍ରେସ ସଙ୍କଟ: ରାହୁଲଙ୍କୁ ବୁଝାଉଛନ୍ତି ବରିଷ୍ଠ ନେତା

ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍‌ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି।

ଗତକାଲି କେସି ଭେନୁଗୋପାଲ ଓ ଅହମ୍ମଦ ପଟେଲଙ୍କୁ ରାହୁଲ ବିକଳ୍ପ ଖୋଜିବା ପାଇଁ କହିଥିଲେ। ହେଲେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ଡେପୁଟି ସଚିନ୍‌ ପାଇଲଟ ମଧ୍ୟ ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଥମେ ରାହୁଲଙ୍କୁ ତୁଘଲକ୍ ଲେନ୍‌ ସ୍ଥିତ ବାସଭବନରେ ଭେଟିଥିଲେ।

ଏହାପରେ ସଚିନ୍‌ ପାଇଲଟ୍‌ ମଧ୍ୟ ରାହୁଲଙ୍କ ସହ ସାକ୍ଷାତ କରିଥିଲେ। ଏହି ଦୁଇ ଜଣଙ୍କ ସହ ରାହୁଲ ବୈଠକ କରିବା ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିଲେ। ଏହି ଦୁଇ ନେତା ରାହୁଲଙ୍କୁ ଇସ୍ତଫା ନ ଦେବା ପାଇଁ ବୁଝାଇଥିଲେ। ଗେହଲଟ ଓ ସଚିନ୍‌ଙ୍କ ପରେ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଓ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ରାହୁଲଙ୍କ ସହ ସାକ୍ଷାତ କରିଥିଲେ।

ବୈଠକର କାରଣ ଜଣାପଡ଼ି ନଥିଲେ ହେଁ ରାହୁଲ ଇସ୍ତଫା ନ ଦେବା ପାଇଁ ସେମାନେ ବୁଝାଇଥିବା ଜଣାପଡ଼ିଛି।

ମେ’ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଯେଉଁଥିରେ କଂଗ୍ରେସ ମାତ୍ର ୫୨ଟି ସିଟ୍‌ ଜିତିବାକୁ ସକ୍ଷମ ହୋଇଥିଲା। ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ମଧ୍ୟ ହୋଇ ନଥିଲା।

ଏହାପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦ୍‌ କରିଥିଲେ। ଏହି ଇସ୍ତଫାପତ୍ରକୁ କଂଗ୍ରେସ ୱାର୍କିଂ କମିଟି ଅଗ୍ରାହ୍ୟ କରି ଦେଇଥିଲେ ହେଁ ରାହୁଲ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଗତ ଶନିବାର ଠାରୁ ବରିଷ୍ଠ ନେତାମାନେ ରାହୁଲଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ, କର୍ଣ୍ଣାଟକା ଓ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାରେ ଥାଇ ମଧ୍ୟ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ନୂଆ ବିବାଦ ସୃଷ୍ଟି କରିଛି। ଉପରୋକ୍ତ ରାଜ୍ୟଗୁଡ଼ିକରେ ଦଳ ମଧ୍ୟରୁ ବିଦ୍ରୋହର ସ୍ୱର ଉଠିବା ଆରମ୍ଭ ହୋଇଛି।



from Odisha Reporter http://bit.ly/2WnXZmD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages