
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ନିକଟରେ ଆଜି ଫେରାଦ ହୋଇଛି ବିଜେପି । ପାଟକୁରାରେ ୧୯ ତାରିଖରେ ନିର୍ବାଚନ ହେଉ । ପୂର୍ବ ନିର୍ଦ୍ଦାରିତ ତାରିଖରେ ହିଁ ପାଟକୁରାରେ ନିର୍ବାଚନ କରାଯାଉ ବୋଲି ଦାବି କରିଛି ଦଳ।
ନିର୍ବାଚନ ହାରିବା ଭୟରେ ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ବିଜେଡି ଚକ୍ରାନ୍ତ କରୁଥିବା ବିଜେପି ଅଭିଯୋଗ କରିଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଟିମ୍ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିଥିଲେ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ।
ବାତ୍ୟା ଫୋନି ପୁରୀ ଜିଲ୍ଲାରେ ସ୍ଥଳ ଭାଗ ଛୁଇଁବ। ହେଲେ ରାଜନଗରରେ ଏହା ଲାଣ୍ଡଫଲ କରିବ ବୋଲି କହି ବିଜେଡି CECଙ୍କ ନିକଟରେ ଆବେଦନ କରିଥିଲା।
ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ୧୯ ତାରିଖରେ ହେବାକୁ ଥିବା ପାଟକୁରାରେ ମତଦାନକୁ ସ୍ଥଗିତ କରିବାକୁ ମୁଖ୍ୟ ନିର୍ବାଚନ କମଶନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଗତକାଲି ଦାବି କରିଥିଲେ।
ସେହିପରି ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଭୂମିକା ଏବଂ ୧୧ ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଉଠାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆବେଦନକୁ ବିରୋଧ କରିଛି ବିଜେପି। ଏନେଇ CECଙ୍କ ନିକଟରେ ସ୍ମାରକପତ୍ର ଦେଇଛି ବିଜେପି ଟିମ୍।
from Odisha Reporter http://bit.ly/2vsOBiu
No comments:
Post a Comment