ବାତ୍ୟା ମୁକାବିଲା ପାଇଁ କେମିତି ରହିବେ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ବାତ୍ୟା ମୁକାବିଲା ପାଇଁ କେମିତି ରହିବେ ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ସାମୁଦ୍ରିକ ବାତ୍ୟା ‘ଫୋନି’ ଦ୍ରୁତ ଗତିରେ ମାଡ଼ି ଆସୁଛି। ଆସନ୍ତା ଶୁକ୍ରବାର ଏହା ଗୋପାଲପୁରରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟାପ୍ରତି ୧୮୫ କିମି ରହିପାରେ। ତେବେ ଫୋନିକୁ ମୁକାବିଲା କରିବା ପାଇଁ କେମିତି ପ୍ରସ୍ତୁତ ରହିବେ ଆସନ୍ତୁ ଜାଣିବା।

୧: ଯଦି ଆପଣଙ୍କ ଅଞ୍ଚଳରେ ବାତ୍ୟା ମାଡ଼ ହେବାର ଆଶଙ୍କା ରହିଛି, ତା’ହେଲେ ଘର ଭିତରେ ରହନ୍ତୁ। ବାତ୍ୟା ସମୟରେ ନିରାପଦ ସ୍ଥାନରେ ରହିବା ଭଲ। କଚ୍ଚା କିମ୍ବା ପୁରୁଣା ବା ଦୁର୍ବଳ ହୋଇଯାଇଥିବା କୋଠା ଘରେ ରହିବା ଉଚିତ ନୁହେଁ।

2.ନିୟମିତ ବ୍ୟବଧାନରେ ଟିଭି ଓ ରେଡିଓରୁ ସୂଚନା ପ୍ରାପ୍ତ କରନ୍ତୁ। ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।

୩: ବାତ୍ୟା ସମୟରେ ଘରର କବାଟ ଓ ଝରକାକୁ ବନ୍ଦ ରଖନ୍ତୁ।

୪: ସମୁଦ୍ର ନିକଟବର୍ତ୍ତୀ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଉଚ୍ଚ ସ୍ଥାନରେ ରହିଥିବା ଆଶ୍ରୟ ସ୍ଥଳକୁ ଚାଲିଆସିବା ଦରକାର।

୫: ବାତ୍ୟା ସମୟରେ ନିଜ ପାଖରେ ଅତିକମ୍‌ରେ ୫ ଦିନ ପାଇଁ ଶୁଖିଲା ଖାଦ୍ୟ ରଖନ୍ତୁ। ସେହିପରି ଆବଶ୍ୟକ ଔଷଧ ନିଜ ପାଖରେ ରଖନ୍ତୁ। ଛୋଟ ପିଲା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ଔଷଧ ପାଖରେ ରଖନ୍ତୁ।

୬: ବାତ୍ୟା ସମୟରେ ଯଦି ଆପଣ ବାହାରେ ରହିଛନ୍ତି, ତା’ହେଲେ କୌଣସି ବିଦ୍ୟୁତ୍‌ ଖୁଣ୍ଟ କିମ୍ବା ଗଛ ପାଖକୁ ଯାଆନ୍ତୁ ନାହିଁ।

୭: ବାତ୍ୟାର ପ୍ରକୋପ ଜାରି ଥିବା ବେଳେ ଟ୍ରେନ, ବସ୍‌, କାର କିମ୍ବା ବାଇକ୍‌ରେ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇପାରେ।

୯: ବାତ୍ୟା ସମୟରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହେବାର ସମ୍ଭାବନା ରହିଛି। ତେଣୁ ମହମବତି ଏବଂ ଦିଆସିଲି ନିଜ ପାଖରେ ରଖିବେ। ଏମର୍ଜେନ୍ସି ଲାଇଟକୁ ପୂରା ଚାର୍ଜ କରି ରଖନ୍ତୁ। ଟର୍ଚ୍ଚ ଲାଇଟ୍‌ ଓ ଯଥେଷ୍ଟ ବ୍ୟାଟେରୀ ମଧ୍ୟ ପାଖରେ ରଖିବା ଦରକାର। ଏଥିସହ ମୋବାଇଲ୍‌କୁ ଫୁଲ ଚାର୍ଜରେ ରଖନ୍ତୁ।

୧୦: ବାତ୍ୟା ପରେ ବନ୍ୟା ହେବାର ଆଶଙ୍କା ରହିଛି। ତେଣୁ ପାଣି ସମସ୍ୟା ଦେଖାଯାଇପାରେ। ତେଣୁ ପିଇବା ଓ ଅନ୍ୟ ବ୍ୟବହାର ପାଇଁ ଯଥେଷ୍ଟ ପରିମାଣରେ ପାଣି ନିଜ ପାଖରେ ରଖନ୍ତୁ।

୧୧: ବାତ୍ୟା ପରେ ଭାଙ୍ଗି ଯାଇଥିବା ଘର ମଧ୍ୟକୁ ଯାଆନ୍ତୁ ନାହିଁ କିମ୍ବା ରାସ୍ତାରେ ପଡ଼ିଥିବା ତାରକୁ ଛୁଅଁନ୍ତୁ ନାହିଁ।

୧୨: ବାତ୍ୟା ସମୟରେ ଜୋରରେ ପବନ ବୋହିବାର ସମ୍ଭାବନା ରହିଛି। ତେଣୁ ଫୁଲକୁଣ୍ଡ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ଛାତ କିମ୍ବା ଉଚ୍ଚ ସ୍ଥାନରେ ରଖିବେ ନାହିଁ।

୧୩: ବାତ୍ୟା ପୂର୍ବରୁ ଆସନ୍ନପ୍ରସବା ମହିଳାଙ୍କୁ ମେଡିକାଲରେ ଆଡମିଟ୍‌ କରିବା ଭଲ।



from Odisha Reporter http://bit.ly/2VDaCJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages